କରୋନା କାଳରେ ସିଏମସି କର୍ମଚାରୀଙ୍କ ମଦ ମାଂସର ଆସର; ନଳିନୀ ମଣ୍ଡପ ପାଖରେ ଚଢ଼ାଉ କଲା ପୁଲିସ୍

କଟକ: ତାଲାବନ୍ଦରେ ସାରା ଓଡ଼ିଶା ଘର ଭିତରେ ବନ୍ଦ ଥିବାବେଳେ କଟକରେ ଚାଲିଛି ସିଏମସିର କିଛି କର୍ମଚାରୀଙ୍କ ମଦ ମାଂସ ଆସର । କଟକରେ ନଳିନୀ ମଣ୍ଡପ ପାଖରେ ଏହି ଆସର ଜମିଥିଲା । ଏହି ଖବର ପାଇ କିଛି ସାମ୍ବାଦିକ ସେଠାରେ ପହଞ୍ଚିଥିଲେ। ପରେ ବିଡାନାସୀ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା । ତେବେ ପ୍ରଶ୍ନ ଉଠୁଛି ଯେଉଁଠି ସରକାର ୨୫ ଜଣଙ୍କୁ ନେଇ ବାହାଘର ପାଇଁ ଅନୁମତି ଦେଇଛନ୍ତି ଓ ରିସେପସନକୁ ମନା କରିଛନ୍ତି, ସେଠି ସିଏମସି କର୍ମଚାରୀ କେମିତି ରାତି ଅଧିଆ ଭୋଜି କରୁଥିଲେ କେମିତି? ଏଥିପାଇଁ ସେମାନଙ୍କୁ କିଏ ଅନୁମତି ଦେଇଥିଲ!

ସମ୍ବନ୍ଧିତ ଖବର