ପୌର ନିର୍ବାଚନରେ ୩୩ରୁ ଅଧିକ ୱାର୍ଡରେ ବିଜୟୀ ହେବୁ: ମହମ୍ମଦ ମୋକିମ

କଂଗ୍ରେସ ବୈଠକରେ ସାମିଲ ହେଲେ ବରିଷ୍ଠ ନେତା

କଟକ: ପୌର ନିର୍ବାଚନ ପାଇଁ କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ସଇଦାନୀବଗିଚା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ ବୈଠକରେ ଅଧ୍ୟକ୍ଷତା କରି ଆଗାମୀ ପୌର ନିର୍ବାଚନରେ ୨୦୧୯ ସାଧାରଣ ନିର୍ବାଚନର ସଫଳତାକୁ ଦୋହରେଇବା ପାଇଁ ୱାର୍ଡ ଓ ବୁଥସ୍ତରରେ ସଂଗଠନକୁ ସୁଦୃଢ଼ ଓ ନିର୍ବାଚନକୁ ସୁପରିଚାଳନା କରିବାକୁ ଉପସ୍ଥିତ କଂଗ୍ରେସ ‌ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। କଟକ ପୌରନିଗମ ନିର୍ବାଚନର ସଫଳତା ସାରା ରାଜ୍ୟ ରାଜନୀତିକୁ ଦିଗଦର୍ଶନ ଦେବା ସହ ଆଗାମୀ ଦିନରେ କଂଗ୍ରେସ ଦଳ ପାଇଁ ଶୁଭ ସଙ୍କେତ ଆଣିବ ବୋଲି ବିଧାୟକ ମୋକିମ୍ କହିଥିଲେ। ବିଧାୟକ ମୋକିମ୍ କହିଲେ ଯେ, କଟକବାସୀ ସର୍ବଦା ଆମ ସହିତ ଅଛନ୍ତି ଓ ସେହିମାନଙ୍କ ସହାୟତାରେ ଆସନ୍ତା ପୌର ନିର୍ବାଚନରେ କଂଗ୍ରେସ ଦଳ ୩୩ରୁ ଅଧିକ ୱାର୍ଡରେ କଂଗ୍ରେସ୍ ବିଜୟୀ ହେବ। ବୈଠକରେ ବରିଷ୍ଠ କଂଗ୍ରେସ ନେତା, ପିସିସି ଉପସଭାପତି ସୁରେଶ ମହାପାତ୍ର କହିଲେ ଯେ, ସମ୍ମିଳିତ ଉଦ୍ୟମ ଓ ଜନସଂପର୍କକୁ ଆଧାର କରି କଂଗ୍ରେସ ସିଏମ୍‌ସି ଦଖଲ କରିବ।

କଂଗ୍ରେସ ମେୟର ପ୍ରାର୍ଥୀ ତଥା ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କାମନା କରି କଟକ ସହରବାସୀଙ୍କ ସେବା କରିବାକୁ ସୁଯୋଗ ଦେବାକୁ ନିବେଦନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ବାର-କଟକ ବିଧାୟକ ପ୍ରାର୍ଥୀ ଜଗଦୀଶ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲ, ପୂର୍ବତନ ଉପନଗରପାଳ ପୁଷ୍ପା ସାମଲ, ସିପିଆଇ (ଏମ୍‌) ନେତା ରବି ମଲ୍ଲିକ, କଂଗ୍ରେସ ନେତା ନିକୁଞ୍ଜ ପଶାୟତ, ବିଶ୍ଵଜିତ ଦାସ, କାଶୀନାଥ ମଲ୍ଲିକ, ଶୈଳବାଳା ଜେନା, ଅନିଲ ବେଉରା, କିଶୋର କୁମାର କର, କମଲେସ ସାଗର, ଶେଖ୍‌ ଲିଆକତଉଦ୍ଦିନ ଅହମ୍ମଦ, ଜ୍ଞାନରଞ୍ଜନ ସ୍ଵାଇଁ, କେଦାର ପୃଷ୍ଟି, ବଟକୃଷ୍ଣ ସାହୁ, ସୁବାଶିଷ ପଟ୍ଟନାୟକ, ସୁରଜିତ ସାହୁ, ସୂର୍ଯ୍ୟମଣି ମହାନ୍ତି, ରଶ୍ମୀରଞ୍ଜନ ମିଶ୍ର, ଜାକିର ଖାନ, ସ୍ଵର୍ଣ୍ଣପ୍ରଭା ପଶାୟତ, ସୁମତି ହେମ୍ବ୍ରମ୍ ପ୍ରମୁଖ ଦଳୀୟ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ କର୍ମୀମାନଙ୍କୁ ଆହ୍ଵାନ ଜଣାଇଥିଲେ। ଏ‌ହି ବୈଠକରେ ୪୧ନମ୍ବର ବରିଷ୍ଠ ସଂଗଠିକା ସୂର୍ଯ୍ୟମଣି ସାମଲ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ।

ସମ୍ବନ୍ଧିତ ଖବର