ଆରମ୍ଭ ହୋଇଛି ମତଦାନ।  ଓଡ଼ିଶାର ପୁରାତନ ରାଜଧାନୀ କଟକରେ ଏଥର ଖୁବ୍‌ ଜୋର୍‌ ଦାର୍‌ ଲଢେଇ ଦେଖିବାକୁ ମିଳୁଛି।  ଲଗାତାର ୫ ଥର ନିର୍ବାଚନ  ଜିତିଥିବା କଟକ ସାଂସଦ ତଥା ଲୋକସଭାରେ ବିଜୁଜନତା ଦଳର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏଥର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଲଢୁଛନ୍ତି। ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ପୂର୍ବତନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର।  ବିବଦମାନ ପରିସ୍ଥିତିରେ  ପୋଲିସ ମହା ନିର୍ଦ୍ଦେଶକ ପଦରୁ ବିଦା ହୋଇଥିଲେ ଏବଂ ସିବିଆଇ ନିର୍ଦ୍ଦେଶକ ହୋଇ ପାରି ନଥିଲେ ଶ୍ରୀ ମିଶ୍ର। ସେ ନିକଟରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ତାର ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଶ୍ରୀ କାନୁନ୍‌ଗୋ ପୂର୍ବତନ  କଟକ ନଗରପାଳ ତଥା ପୂର୍ବତନ ଜଗତସିଂହପୁର ସାଂସଦ ତ୍ରିଲୋଚନ କାନୁନ୍‌ଗୋଙ୍କ ସାନ ଭାଇ।

Advertisment

publive-image

publive-image

publive-image

publive-image

କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଏକ ଗଡ଼ ରୂପେ ବିବେଚିତ ହୁଏ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତୋଟି ବିଧାନସଭା ଆସନଗୁଡ଼ିକ ବିଜୁ ଜନତା ଦଳ ଅକ୍ତିଆରରେ ରହିଛି। ବଡ଼ମ୍ବାରୁ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର,ଆଠଗଡ଼ରୁ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବାରବାଟୀ-କଟକ ଆସନରୁ ଦେବାଶୀଷ ସାମନ୍ତରାୟ ଏବଂ କଟକ-ସଦର ଆସନରୁ କ୍ରୀଡ଼ା ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପୁଣି ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବଦଳରେ ତାଙ୍କର ପୁତ୍ର ଦେବୀ ରଂଜନ ତ୍ରିପାଠୀ ଏବଂ କଟକ- ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ଥାନରେ ତାଙ୍କର ପୁତ୍ର ସୌଭିକ ବିଶ୍ୱାଳଙ୍କୁ ଦଳୀୟ ଟିକେଟ ଦିଆଯାଇଛି।

publive-image

ଭାରତୀୟ ଜନତା ପାର୍ଟି ପକ୍ଷରୁ କଟକର ପୂର୍ବତନ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ବାରବାଟୀ କଟକ ବିଧାନସଭା ଆସନରେ ପ୍ରାର୍ଥୀ କରାଯାଇଛି। ଏଠାରେ ସେ ବିଜେଡି ବିଧାୟକ ଦେବାଶୀଷ ସାମନ୍ତରାୟ ବିରୁଦ୍ଧରେ ପୁଣିଥରେ ଲଢୁଥିବା ବେଳେ ଏହି ଆସନରୁ ମହମ୍ମଦ ମୋକିମ୍‌ଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ଚୌଦାର-କଟକ ଆସନରୁ ବିଜେପି ନୟନ କିଶୋର ମହାନ୍ତି ପୁଣିଥରେ ପ୍ରାର୍ଥୀ କରିଛି । ସେହିପରି ଖଣ୍ଡପଡ଼ା ବିଧାନସଭା ଆସନରୁ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହଙ୍କୁ ଦଳ ପ୍ରାର୍ଥୀ କରିଛି।

publive-image

publive-image

publive-imageରାଜ୍ୟସଭା ସଦସ୍ୟ ତଥା ‘ସମ୍ବାଦ’ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି ଖଣ୍ଡପଡ଼ା ବିଧାନସଭା ଆସନରୁ। ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ସ୍ଥାନରେ ସୌମ୍ୟରଂଜନଙ୍କୁ ପ୍ରାର୍ଥୀ କରାଯାଇଛି ।  କଂଗ୍ରେସର ପୁରୁଣା ନେତା ଦେବାଶୀଷ ପଟ୍ଟନାୟକ ବାଙ୍କିରୁ, ଉମା ବଲ୍ଲଭ ରଥ ଆଠଗଡ଼ରୁ ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି।