କଟକରେ ପହଞ୍ଚିଲା କରୋନା ଟିକା

କଟକ: ବହୁ ପ୍ରତୀକ୍ଷିତ କରୋନା ଟିକା କଟକ ସିଟି ହସପିଟାଲ୍‌ରେ ଆଜି ରାତି ପ୍ରାୟ ୮ଟା ବେଳେ ପହଞ୍ଚିଛି। ମୋଟ ୧୯ ଶହ ୧୦ ଭାଏଲ୍‌ କରୋନା ଟିକା(କୋଭିସିଲଡ୍‌) କଟକରେ ପହଞ୍ଚିଛି। ଗୋଟିଏ ଭାଏଲ ୧୦ ଜଣଙ୍କୁ ଦିଆଯିବ। ଅର୍ଥାତ ମୋଟ ୧୯ ହଜାର ୧୦୦ ଜଣ ଏହି ଟିକା ନେଇପାରିବେ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୨୮ ହଜାର ୫୦୪ ସ୍ବାସ୍ଥ୍ୟ କର୍ମୀଙ୍କ ଟିକାକରଣ କରାଯିବ। ଏହାସହିତ ଏବେ କଟକ କମିସନରେଟ୍‌ ପୁଲିସ ଓ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସର ମୋଟ ୩ହଜାର ୩୦୭ ଜଣଙ୍କୁ ଟିକା ଦେବାକୁ ତାଲିକା ପ୍ରସ୍ତୁତ ହୋଇଛି। କୋଭିଡ ଯୋଦ୍ଧା ଭାବେ ପୁଲିସ ଏସପି/ଡିସିପିଙ୍କଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତ ପୁଲିସ କର୍ମଚାରୀଙ୍କୁ ଟିକାକରଣ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ହସପିଟାଲ୍‌ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, କଟକ ଜିଲ୍ଲାରେ ରାଜ୍ୟରେ ସର୍ବାଧିକ ସ୍ବାସ୍ଥ୍ୟକର୍ମୀ ଆସନ୍ତା ୧୬ ତାରିଖରେ ଟିକା ନେବାକୁ ଯାଉଛନ୍ତି। ପୁନେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ତିଆ ପକ୍ଷରୁ ବିକଶିତ ‘କୋଭିସିଲ୍‌ଡ’ ଟିକା ଆଜି ଅପରାହ୍ନ ପ୍ରାୟ ୩ଟା ୪୫ରେ ଭୁବନେଶ୍ବରରେ ସ୍ବତନ୍ତ୍ର ସ୍ପାଇସଜେଟ୍‌ ବିମାନରେ ପହଞ୍ଚିବା ପରେ କଟକ କମିସନରେଟ୍‌ ପୁଲିସର ୪ ଜଣ ସଶସ୍ତ୍ର ପୁଲିସ କର୍ମଚାରୀ ଓ ସିଟି ହସପିଟାଲର ୫ ଜଣ କର୍ମଚାରୀ ଭୁବନେଶ୍ବରରୁ ଟିକା ଆଣିବାକୁ ଅପରାହ୍ନ ପ୍ରାୟ ୫ଟା ବେଳେ ଯାଇଥିଲେ।

Sambad

ସୁରକ୍ଷା ବଳୟ ଭିତରେ କଟକକୁ କରୋନା ଟିକା ଏକ ସ୍ବତନ୍ତ୍ର ଗାଡ଼ିରେ ଆସିଥିଲା। ସିଟି ହସପିଟାଲ୍‌ ପୁରୁଣା କୋଠାରେ ଥିବା ଷ୍ଟୋରେଜ୍‌ ୟୁନିଟ୍‌ରେ ଟିକା ରଖାଯାଇ ସିଲ୍‌ କରି ଦିଆଯାଇଛି। ଆସନ୍ତା ୧୫ ତାରିଖ ସକାଳେ ସିଟି ହସପିଟାଲରୁ ଗ୍ରାମାଞ୍ଚଳରେ ଥିବା ୬ଟି ଟିକାକରଣ କେନ୍ଦ୍ରକୁ ପୁଲିସ ଫୋର୍ସ ସହିତ ଟିକା ପଠାଯିବ। ଏବ˚ ସହରରେ ଥିବା ୫ଟି କେନ୍ଦ୍ରକୁ ୧୫ ତାରିଖ ରାତିରେ ପଠାଯିବାକୁ ଯୋଜନା କରାଯାଇଛି। ଏଥିପାଇଁ ୫ଟି ବୋଲେରୋ ପ୍ରସ୍ତୁତ କରି ରଖାଯାଇଛି। ସମସ୍ତ ୧୦ଟି କେନ୍ଦ୍ରରେ ଟିକା ସ˚ଗୃହିତ କରିବା ପାଇଁ ଆଇସ୍‌ ଲାଇନ୍‌ଡ ରେଫ୍ରିଜେରେଟର‌୍‌(ଆଇଏଲ୍‌ଆର‌୍‌) ଥିବା ବେଳେ ଓଡ଼ିଆ ବଜାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସେଭଳି ବ୍ୟବସ୍ଥା ନାହିଁ। ସେଥିପାଇଁ ଓଡ଼ିଆ ବଜାରକୁ ସିଟି ହସପିଟାଲ ସହିତ ଯୋଡ଼ା ଯାଇଛି। ସିଟି ହସପିଟାଲରୁ ଭ୍ୟାକ୍ସିନ୍‌ କ୍ୟାରିଅରରେ ୧୬ ତାରିଖ ସକାଳେ ପଠାଯିବାକୁ ଯୋଜନା କରାଯାଉଛି। ଆଜି ରାତିରୁ ୧୫ ତାରିଖ ପର୍ଯ୍ୟନ୍ତ ଟିକା ଜଗିବାକୁ ହସପିଟାଲ୍‌ କର୍ତ୍ତୃପକ୍ଷ ଡିସିପି କଟକଙ୍କୁ ପୁଲିସ ଫୋର୍ସ ଯୋଗାଇବା ପାଇଁ ଚିଠି ଲେଖିଥିବା ‌ବେଳେ ଏଥିପାଇଁ ଗୋଟିଏ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ଫୋର୍ସ ଯୋଗାଇ ଦିଆଯାଇଛି। ୩ଟି ସିପ୍ଟରେ ପୁଲିସ କର୍ମଚାରୀ ଡ୍ୟୁଟି କରିବେ। ପ୍ରତି ସିପ୍ଟରେ ଗୋଟିଏ ସେକ୍ସନ ଫୋର୍ସ ରହିବେ। ଏମାନେ କରୋନା ଟିକାକୁ ୨୪ ଘଣ୍ଟା ସୁରକ୍ଷା ଯୋଗାଇ ଦେବେ।

ଅନ୍ୟପଟେ ବଡ଼ ମେଡିକାଲ୍‌ରେ ଆସନ୍ତା ୧୬ ତାରିଖଠାରୁ ଟିକାକରଣ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଜି ସିଟି ହସପିଟାଲର ଏକ ଡାକ୍ତରୀ ଟିମ୍‌ ବଡ଼ ମେଡିକାଲରେ ପହଞ୍ଚି ବିଏସସି ନର୍ସି˚ କଲେଜରେ ଟିକା ଦିଆଯିବା ନେଇ ସ୍ଥାନ ଚୂଡ଼ାନ୍ତ କରିଛନ୍ତି। ସେହିପରି ସିଟି ହସପିଟାଲରେ ଥିବା ପିପି(ପୋଷ୍ଟ ପାର୍ଟନ) କରୋନା ଟିକା ଦିଆଯିବାକୁ ସ୍ଥାନ ଚିହ୍ନଟ ହୋଇଛି। ଗଲା ୨ ତାରିଖରେ ପିପି ସେଣ୍ଟରରେ କରୋନା ଟିକାର ଡ୍ରାଏ ରନ୍‌ କରାଯାଇଥିଲା। ୧୬ ତାରିଖରେ ଯଦିଓ ୧୧ ଶହ ସ୍ବାସ୍ଥ୍ୟ କର୍ମୀ କଟକ ଜିଲ୍ଲାରେ ଟିକା ନେବେ, ପରବର୍ତ୍ତି ଟିକାକରଣ କେବେ କରାଯିବ, ସେ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ଅନ୍ୟପଟେ ସ୍ବାସ୍ଥ୍ୟ କର୍ମୀଙ୍କ ସହିତ କଟକ କମିସନରେଟ୍‌ ପୁଲିସରେ ୨୫ ଶହ ପୁଲିସ ଅଫିସର ଓ କର୍ମଚାରୀ ଏବ˚ କଟକ ଗ୍ରାମାଞ୍ଚଳ ପୁଲିସରେ ୮୦୭ ଜଣଙ୍କୁ ଟିକା ଦିଆଯିବା ନେଇ ତାଲିକା ପ୍ରସ୍ତୁତ ହୋଇଛି। ଏମାନଙ୍କୁ ବି ଟିକା ଦିଆଯିବାକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ସିଡିଏମଓ ଡାକ୍ତର ସତ୍ୟବ୍ରତ ଛୋଟରାୟ କହିଛନ୍ତି ଯେ ରାଜ୍ୟ ଭ୍ୟାକ୍ସିନ ଷ୍ଟୋରରୁ କଟକକୁ ଭ୍ୟାକ୍ସିନ୍‌ ଆସିଛି। ଷ୍ଟୋରେଜ୍‌ ୟୁନିଟରେ ଟିକା ସ˚ଗୃହିତ ହୋଇ ରହିବ।

ସମ୍ବନ୍ଧିତ ଖବର