ବାଙ୍କିର ନୂଆ ରାଜା ହେଲେ ଦୁର୍ଗାମାଧବ ଟିକାୟତ; ପାରମ୍ପରିକ ରୀତିନୀତିରେ ରାଜ୍ୟାଭିଷେକ ସଂପନ୍ନ

ବାଙ୍କି: ବାଙ୍କୀରେ ନୂଆ ରାଜାଙ୍କ ଅଭିଷେକ ହୋଇଛି । ନୂଆ ରାଜା ହୋଇଛନ୍ତି ଦୁର୍ଗାମାଧବ ଟୀକାୟତ ।  ମା’ ଚର୍ଚ୍ଚିକାଙ୍କ ଆଦ୍ୟସେବକ ବାଙ୍କୀ ରାଜା ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କ ଶନିବାର ସକାଳେ ପରଲୋକ ପରେ ନୂଆ ରାଜାଙ୍କ ଅଭିଷେକ ହୋଇଛି । ବାଙ୍କୀଗଡରେ ଦୁର୍ଗାମାଧବ ଟିକାୟତଙ୍କୁ ରାଜଗୁରୁ ରାଜ୍ୟାଭିଷେକ କରାଇଥିଲେ ।

ବାଙ୍କୀର ୨୭ତମ ରାଜା ଭାବେ ଦୁର୍ଗାମାଧବ ଟିକାୟତ ଦାୟିତ୍ୱ ନେବା ପରେ  ରାଜ ଦରବାର ବି ବସିଥିଲା । ଏଥିରେ ବାଙ୍କୀର ରାଜଗୁରୁ, ରାଜପୁରୋହିତ ଉପସ୍ଥିତ ଥିଲେ । ଶନିବାରଦିନ ରାଜା ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର