କଟକ: କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋ ହାଲ୍ଲା ପାଟି ତୁଣ୍ଡ ଭଙ୍ଗା ରୁଜା କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ କର୍ପୋରେଟର। ବିଭିନ୍ନ ଉନ୍ନୟନ ମୂଳକ ଉଦଘାଟନୀ ଫଳକରେ ବାରବାଟୀ କଟକ ବିଧାୟକଙ୍କ ନାଁ ନ ରଖିବା ଓ ବିଧାୟକଙ୍କୁ ନିମନ୍ତ୍ରଣ ନ କରିବାକୁ ନେଇ ବିରୋଧୀ କରିଥିଲେ ପାଟିତୁଣ୍ଡ। କାଉନସିଲ ବର୍ଜନ କରି ଧାରଣା ଦେଇଥିଲେ କର୍ପୋରେଟର। ଅନ୍ୟପଟେ ସହରରେ କିଭଳି ବିକାଶ ହେବ ଉନ୍ନତି ହେବ ସେ ନେଇ ବିଜେଡି କର୍ପୋରେଟରଙ୍କ ସହ ଆଲୋଚନା କରି କାଉନସିଲ ଚଳାଇଥିଲେ ମେୟର ସୁବାସ ସିଂହ ଓ କମିସନର ନିଖିଲ ପୱନ କଲ୍ୟାଣ।

Advertisment

କଟକ ମହାନଗର ନିଗମ କାଉନସିଲରେ ଦେଖିବାକୁ ମିଳିଥିଲା ଅଭାବନିୟ ପରିସ୍ଥିତି। ସହରର ବିଭିନ୍ନ ୱାର୍ଡର ଉଦଘାଟନୀ କାର୍ଯ୍ୟକୁ ବାରବାଟୀ-କଟକ ବିଧାୟକଙ୍କୁ ନିମନ୍ତ୍ରଣ ନ କରିବା ଏଭଳି କି ନାମ ଫଳକରେ ନାଁ ନଥିବା ନେଇ କଂଗ୍ରେସ କର୍ପୋରେଟର ଆରମ୍ଭ କରିଥିଲେ ହୋ ହାଲ୍ଲା ଆଉ ଏହାକୁ ସମର୍ଥନ ଦେଇ ବିଜେପି କର୍ପୋରେଟର ବି ହୋ ହାଲ୍ଲା କରିଥିଲେ। ଏଥିସହ ସିଏମସିରେ କାର୍ଯ୍ୟରତ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର କର୍ପୋରେଟରଙ୍କୁ ଫୋନ କରି ଦୁର୍ବ୍ୟବହାର କରିବାକୁ ନେଇ ତାତିଥିଲେ କଂଗ୍ରେସ କର୍ପୋରେଟର। କାଉନସିଲ ହଲରେ କାଚ ଗ୍ଲାସ ଭାଙ୍ଗିବା ସହ କାଉନସିଲ ବର୍ଜନ କରି ପ୍ରଥମେ କାଉନସିଲ ବାହାରେ ଓ ପରେ ସିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ କର୍ପୋରେଟର। ତେବେ କଂଗ୍ରେସ କର୍ପୋରେଟରଙ୍କୁ ସମର୍ଥନ ଜଣାଇଥିଲେ ବିଜେପି କର୍ପୋରେଟର।

publive-image Sambad

ଏଥିସହ ବାଲିଯାତ୍ରାରେ ହୋଇଥିବା ଖର୍ଚ୍ଚର ସମ୍ପୂର୍ଣ୍ଣ ତଥ୍ୟ ନ ଦେବାରୁ ଉଭୟ ବିଜେପି ଓ କଂଗ୍ରେସ କର୍ପୋରେଟର ଧାରଣା ଦେଇଥିଲେ। ବାହାରେ ବିରୋଧୀ କର୍ପୋରେଟର ଧାରଣାରେ ବସିଥିବା ବେଳେ ଭିତରେ ବିଜେଡି କର୍ପୋରେଟରଙ୍କୁ ନେଇ କାଉନସିଲ ବୈଠକ କରିଥିଲେ ମେୟର ଓ କମିସନର। ସହରର ସାମଗ୍ରୀକ ବିକାଶରେ ସବୁ କର୍ପୋରେଟର ସହଯୋଗ କରିବା ଆବଶ୍ୟକ। କାଉନସିଲକୁ ଏଭଳି ଅଚଳ କରି ଭଙ୍ଗା ରୁଜା କରିବା ଘଟଣାକୁ ନିନ୍ଦା କରିଛନ୍ତି ମେୟର। ତେବେ ବିଧାୟକଙ୍କୁ ନିମନ୍ତ୍ରଣ ନ କରିବା ଭୁଲ ଆଗକୁ କିଭଳି ନ ହେବ ସେ ନେଇ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି। ତେବେ ଅଧିକାରୀ ମାନଙ୍କର ତ୍ରୁଟି ସାମ୍ନାକୁ ଆସିଲେ ସାତଦିନ ମଧ୍ୟରେ ତାଙ୍କ ବିରୋଧରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ସହରର ପରିମଳ ବ୍ୟବସ୍ଥାର ସୁଧାର ଅଣାଯିବା ସହ ଉନ୍ନତି ମୂଳକ କାର୍ଯ୍ୟ କିଭଳି ଆଗକୁ ଭଲ ହେବ ସେ ନେଇ କାଉନସିଲରେ ଆଲୋଚନା କରାଯାଇଛି। ତେବେ ବିରୋଧୀ କର୍ପୋରେଟରଙ୍କ କାର୍ଯ୍ୟ କାଉନସିଲ ପାଇଁ ଭଲ ନୁହଁ ବୋଲି କହିଛନ୍ତି ମେୟର। କଟକ ସହରର ବିଭିନ୍ନ ୱାର୍ଡରେ ଯାହାବି ଉନ୍ନତି ମୂଳକ କାର୍ଯ୍ୟ ଆଗକୁ କରାଯିବ ସ୍ଥାନୀୟ କର୍ପୋରେଟର ଓ ମେୟରଙ୍କ ଅଜାଣତରେ ଅଧିକାରୀ ମାନେ କରି ପାରିବେ ନାହିଁ ବୋଲି କାଉନସିଲରେ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି ମେୟର।