ଆସାମର ପ୍ରେମୀଯୁଗଳ କଟକ ରେଳ ଷ୍ଟେସନରୁ ଉଦ୍ଧାର

କଟକ: ଆସାମର ଏକ ପ୍ରେମୀଯୁଗଳଙ୍କୁ କଟକ ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ଆରପିଏଫ୍‌ ପୁଲିସ ଟ୍ରେନରୁ ସେମାନଙ୍କୁ ଉଦ୍ଧାର କରିବା ପରେ ପରିବାର ଲୋକଙ୍କ ଜିମା ଦେଇଛି। ସୂଚନା ଅନୁଯାୟୀ, ଆସାମର ହଇଲାକାଣ୍ତି ଜିଲ୍ଲା କାତାଖାଲ ଥାନା ଅଞ୍ଚଳର ଜଣେ ୧୮ ବର୍ଷିୟା ଯୁବତୀ ତାଙ୍କ ପ୍ରେମିକଙ୍କ ସହିତ ଘରୁ ବାହାରି ବାଙ୍ଗାଲୁରୁ ଯାଉଥିଲେ। ଏମାନେ ମନ୍ଦିରରେ ବିବାହ ବି କରିଥିଲେ। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଏ ସ˚କ୍ରାନ୍ତରେ ଗଲା ୨୫ ତାରିଖରେ କାତାଖାଲା ଥାନାରେ ଏତଲା ଦେଇଥିଲେ। ବାଙ୍ଗାଲୁରୁ ଟ୍ରେନରେ ଯାଉଥିବା ଖବର ପାଇ ସ୍ଥାନୀୟ ଥାନା ପୁଲିସ କଟକ ଆରପିଏଫକୁ ଯୋଗାଯୋଗ କରିଥିଲା। ଗଲା ବୁଧବାର ରାତି ପ୍ରାୟ ୯ଟା ବେଳେ ଅଗରତାଲା-‌ବେଙ୍ଗାଲୁରୁ ସ୍ପେଶାଲ ଟ୍ରେନର ଏହି ପ୍ରେମୀଯୁଗଳ କଟକ ଦେଇ ଯାଉଥିବା ବେଳେ କଟକ ଆରପିଏଫର ଏକ ଟିମ୍‌ ଟ୍ରେନ୍‌ ଅଟକାଇ ଟ୍ରେନ୍‌ ଭିତର ଖାନତଲାସ ଆରମ୍ଭ କରିଥିଲା।

କୋଚ୍‌ ନମ୍ବର ୧ରେ ଏହି ଦୁଇ ଜଣ ଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏମାନଙ୍କ ଫଟୋଇ ଉଠାଇ ପୁଲିସ ପରିବାର ଲୋକଙ୍କୁ ପଠାଇଥିଲା। ପରିବାର ଲାକେ ଯୁବତୀଙ୍କ ଦାଦା ଜେ. କେ. ଦାସ କଟକରେ ଆଜି ପହଞ୍ଚିବା ପରେ ତାଙ୍କ ଜିମା ଦିଆଯାଇଥିଲା। ଆରପିଏଫ୍‌ ଆଇଆଇସି ପ୍ରବୀଣ କୁମାରଙ୍କ ନେତୃତ୍ବରେ ଏସଆଇ ଅରୁଣ କୁମାର ତ୍ରିପାଠୀ, ହେଡ୍‌ କନଷ୍ଟେବଳ କେ.କେ ରାଉତ, ବଳଭଦ୍ର ନାୟକ ଏବ˚ ଅନ୍ୟ ଆରପିଏଫ୍‌ ପୁଲିସ କର୍ମଚାରୀ ଟ୍ରେନରେ ଯାଞ୍ଚ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର