କଟକରୁ ଆଉ ୨୮୯ ସଂକ୍ରମିତ; ଟିକା ନାହିଁ, ଆସିବ ୧୫ରେ

କଟକ: ରେଡ୍‌ ଜୋନ୍‌ରେ ରହିଛି କଟକର କରୋନା ସଂକ୍ରମଣ ସ୍ଥିତି। ସେପଟେ କଟକରେ ଟିକା ନାହିଁ। ୧୫ତାରିଖ ପର୍ଯ୍ୟନ୍ତ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଟିକା ଅଭାବରୁ ଗତ କିଛିଦିନ ହେଲା ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ଟିକାକରଣ ସଂପର୍କରେ ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ଡାକ୍ତର ଉମେଶ ରାୟଙ୍କୁ ଯୋଗାଯୋଗ କରାଯିବାରୁ ଟିକା ୧୫ ତାରିଖରେ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ କଟକରେ ଗଲା ୨୪ଘଣ୍ଟାରେ ୨୮୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ଘଣ୍ଟାରେ କଟକରେ କରାଯାଇଥିବା ୫୮୪୯ଟି ପରୀକ୍ଷାରୁ ୨୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଯାହାକି ୪.୯୪ ରହିଛି। ଗତ ଦୁଇଦିନ ହେଲା ସଂକ୍ରମଣ ସ୍ଥିତି ୭ ପ୍ରତିଶତ ଉପରେ ରହିଥିବା ବେଳେ ଆଜି ତାହା ତଳକୁ ଖସିଥିବା ଦେଖିବାକୁ ମିଳିଛି। ସହରରୁ ୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରୁ ୧୯୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ, ଆଜି ଜିଲ୍ଲାରୁ ୩୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର