କଟକର କୋଭିଡ୍‌ ହସ୍ପିଟାଲ ସ୍ଥିତି; ୬ ଆଇସିୟୁ ବେଡ୍‌, ୯ ଭେଣ୍ଟିଲେଟର, ୯୧ ଅକ୍ସିଜେନ୍ ବେଡ୍‌ ଖାଲି

କଟକ: କଟକରେ କରୋନା ସଂକ୍ରମିତଙ୍କୁ ମିଳୁ ନଥିଲା ଆଇସିୟୁ, ଭେଣ୍ଟିଲେଟର କି ବେଡ୍‌। ସେଥିପାଇଁ କଟକରେ ଘରୋଇ କୋଭିଡ୍‌ ହସ୍ପିଟାଲ ସଂଖ୍ୟା ବୃଦ୍ଧି କରା ଯାଇଥିଲା। ସୂଚନା ଅନୁଯାୟୀ ମଙ୍ଗଳବାର ସଂଧ୍ୟା ସୁଦ୍ଧା ଏସ୍‌ସିବିରେ କୌଣସି ଆଇସିୟୁ, ଭେଣ୍ଟିଲେଟର ଓ ସାଧାରଣ ବେଡ୍‌ ଖାଲି ନାହିଁ। ଜିଲ୍ଲାର ଅନ୍ୟ ଘରୋଇ କୋଭିଡ୍‌ ହସ୍ପିଟାଲରେ କିନ୍ତୁ ୫୬ଟି ସାଧାରଣ ବେଡ୍‌, ୯୧ଟି ଅକ୍ସିଜେନ୍ ଯୁକ୍ତ ବେଡ୍‌, ୬ଟି ଆଇସିୟୁ ଓ ୯ଟି ଭେଣ୍ଟିଲେଟର ଖାଲି ଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡିଛି। ଏସ୍‌ସିବି ସମେତ ୮ଟି କୋଭିଡ୍‌ ହସ୍ପିଟାଲରେ ୧୪୮ଟି ସାଧାରଣ ବେଡ୍‌ ରହିଛି।

ସେଥିରୁ ଅଶ୍ବିନୀରେ ୨୦ଟି, ସାଉଥ୍‌ପଏଣ୍ଟ ଓ ରୁଦ୍ରରେ ୧୦ଟି ଲେଖାଏଁ, ସଦ୍‌ଗୁରୁରେ ୧୪ଟି ବେଡ୍‌ ଖାଲି ରହିଛି। ସେହିପରି ୮୮୧ଟି ଅକ୍ସିଜେନ ଯୁକ୍ତ ବେଡ୍‌ ଥିବା ବେଳେ ୭୯୦ଟି ବେଡରେ ରୋଗୀ ରହିଛନ୍ତି। ଅଶ୍ବିନୀରେ କେବଳ ୩୪ଟି ବେଡ୍‌ ଖାଲି ପଡିଛି। ସେହିପରି ୩୩୮ଟି ଆଇସିୟୁ ବେଡ୍‌ ଥିବା ବେଳେ ୩୩୨ଟିରେ ରୋଗୀ ରହିଛନ୍ତି। ‌୧୪୭ଟି ଭେଣ୍ଟିଲେଟର ଥିବାବେଳେ ୧୩୮ଟିରେ ରୋଗୀ ଭର୍ତ୍ତି ହୋଇଛନ୍ତି। ୟୁନିକ୍‌ରେ ୪ଟି, ସାଉଥ୍‌ପଏଣ୍ଟ ଓ ସଦ୍‌ଗୁରୁରେ ୨ଟି ଲେଖାଏଁ ଓ ଓମ୍‌ ଶୁଭମ୍‌ରେ ଗୋଟିଏ ଭେଣ୍ଟିଲେଟର୍ ବେଡ୍‌ ଖାଲି ରହିଛି।

ସମ୍ବନ୍ଧିତ ଖବର