ବାବା ଧବଳେଶ୍ୱରଙ୍କ ପୀଠ ସର୍ବସାଧାରଣଙ୍କ ପାଇଁ ଖୋଲିଲା

କଟକ: ଆଜିଠାରୁ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ପୀଠ ସର୍ବସାଧାରଣଙ୍କ ପାଇଁ ଖୋଲିଛି। ଆଜି ସକାଳୁ ଭକ୍ତମାନେ ଯାଇ ବାବାଙ୍କ ଦର୍ଶନ କରିଛନ୍ତି। ଆଜି ଭୋର ୪ଟାରୁ ପହଡ଼ ଖୋଲାଯାଇ ୧୦୮ କଳସ ପାଣିରେ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇଥିଲା। ମଙ୍ଗଳ ଆରତୀ ପରେ ସର୍ବସାଧାରଣଙ୍କୁ ଦର୍ଶନ ନିମନ୍ତେ ପହଡ ଖୋଲଯାଇଥିଲା ।
ସୂଚନାଯୋଗ୍ୟ, ଉପଜିଲ୍ଲାପାଳଙ୍କ ବୈଠକ ପରେ ସାଧାରଣ ଦର୍ଶନକୁ ଅନୁମତି ମିଳିଛି। ହେଲେ ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟକୁ ଭୋଗ ନେଇ ଯାଇପାରିବେନି। ଏହା ସହ ମନ୍ଦିର ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। ଅନ୍ୟପଟେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର