ମୋବାଇଲ ଚୋରକୁ ଧରିଲା କଟକ କମିସନରେଟ ପୁଲିସ, ୪୯ଟି ମୋବାଇଲ ଜବତ

କଟକ: ସିଲଭରସିଟିରୁ ଏକ ମୋବାଇଲ ଚୋରକୁ ଧରିଲା କଟକ କମିସନରେଟ ପୁଲିସ । ଧରା ପଡିଥିବା ମୋବାଇଲ ଲୁଟେରାର ନାଁ ସରୋଜ ବେହେରା । ଗିରଫ ଅଭିଯୁକ୍ତର ଘର ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିରେ ବୋଲି ଜଣାପଡିଛି । ସରୋଜ ଠାରୁ ମୋଟ ୪୯ଟି ମୋବାଇଲ ଜବତ କରିଛି ଲାଲବାଗ ଓ ବିଡାନାସି ପୁଲିସ।

ଅଭିଯୁକ୍ତ ସରୋଜ ଶିଶୁ ଭବନକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲକୁ ଚୋରି କରି ନେଉଥିବା ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଏଣିକି ସହର ବିଭିନ୍ନ ଥାନାରେ ପଡ଼ି ରହିଥିବା ମୋବାଇଲ ଚୋରି ଓ ହଜିବା ମାମଲା ଗୁଡିକୁ ଗୁରୁତର ଭାବେ ଗ୍ରହଣ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର