ଭୁବନେଶ୍ୱର : କଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥବାରୁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ସଟଡାଉନ କଟକଣା ମିଆଦକୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ତେବେ ୧୦ ତାରିଖ ଶୁକ୍ରବାର ଥିବାରୁ ତାହାର ପରବର୍ତ୍ତି ଦୁଇଦିନ ଶନି ଓ ରବିବାର ମଧ୍ୟ କଟକରେ ସଟଡାଉନ ଜାରି ରହିବ । ଫଳରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ କଟକ ସହର ସଟଡାଉନ ରହିବ ।
After reviewing the current situation, in addition to the order no. 5621 dated 4.7.2020, It is hereby ordered to shutdown the entire #Cuttack city (CMC area) till the midnight of 10.7.2020.
Requesting everyone to cooperate and abide by the guidelines. pic.twitter.com/po8ryWmHWU
— CMC,Cuttack (@CMCCuttack) July 7, 2020
ତେବେ ଏହି ସମୟରେ ଲୋକେ ସକାଳ ୫ରୁ ସନ୍ଧ୍ୟା ୬ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ | ତେବେ ଜିନିଷ କିଣିବା ସମୟରେ ସତର୍କ ରହିବା ପାଇଁ କହିଛି ସିଏମସି । ଲୋକଙ୍କୁ ସାମାଜିକ ଦୂରତା ଅବଲମ୍ବନ କରି ଏବଂ ମାସ୍କ ପିନ୍ଧି ଜରୁରୀ ଜିନିଷ କିଣିବାକୁ ହେବ । ଜରୁରୀ ନ ଥିଲେ କେହି ବାହାରକୁ ନବାହାରିବା ପାଇଁ ସିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି । ସଟଡାଉନ କାଳରେ ଔଷଧ ଦୋକାନ ଖୋଲା ରହିବା ସହ ଜରୁରୀ ଜିନିଷର ଅନଲାଇନ ଡେଲିଭରିକୁ ଅନୁମତି ଦିଆଯିବ । ଏହା ସହ ଜରୁରୀ ସେବା ଯେମିତିକି ପାଣି ଏବଂ ବିଦ୍ୟୁତ ଯୋଗାଣ ଅନ୍ୟ ଦିନ ଭଳି ଚାଲୁ ରହିବ ବୋଲି ସିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ ।