କଟକ: ସାଇବର ଠକାମିର ଶିକାର ହେଲେ କଟକର ଜଣେ ଯୁବତୀ। ବିବାହର ପ୍ରତିଶ୍ରୁତି ଦେଇ ୮ ଲକ୍ଷ ଟଙ୍କା ଲୁଟିନେଲା ସାଇବର ଲୁଟେରା। ଏମିତି ଏକ ଘଟଣା ଘଟିଛି କଟକ ବିଡାନାସୀ ଅଞ୍ଚଳର ଜଣେ ଯୁବତୀଙ୍କ କ୍ଷେତ୍ରରେ।
ଗତ କିଛି ମାସ ହେବ ଯୁବତୀ ଜଣକ ସ୍କଟ ଲ୍ୟାଣ୍ଡ ର ଜଣେ ଯୁବକ ଅହମଦ ଦାନିଏଲଙ୍କ ସହ ଇନଷ୍ଟାଗ୍ରାମରେ ସଂସ୍ପର୍ଶରେ ଆସିଥିଲେ। ଏହାପରେ ତାଙ୍କ ସହ ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଯୁବକ ଜଣକ ଏକ ଦାମିକିଆ ଗିଫ୍ଟ ପଠାଇଥିଲେ ଏକ କୋରିଅର ସସ୍ଥା ମାଧ୍ୟମରେ। ଏହାପରେ ଯୁବତୀଙ୍କୁ ପ୍ରଥମେ କୋରିଅର ସଂସ୍ଥା ନାମରେ ଫୋନ୍ ଆସିଥିଲା ଗିଫ୍ଟ ବଦଳରେ କିଛି ଟଙ୍କା ପୈଠ କରିବାକୁ ହେବ। ଏଥିପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲେ । ଯାହାଫଳରେ ଯୁବତୀଜଣକ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଡିପୋଜିଟ କରିଥିଲେ। ଏହାପରେ ପୁଣି ଏକ କଲ ଆସିଥିଲା କି କଷ୍ଟମ ବିଭାଗ ପକ୍ଷରୁ ଏହି ଗିଫ୍ଟକୁ ଜବତ କରାଯାଇଛି ଯାହାକୁ ରିଲିଜ୍ କରିବାକୁ ଆଉ ଟଙ୍କା ଦେବାକୁ ପଡିବ। ଏମିତି ଭାବରେ ଯୁବତୀ ଜଣକ ନିଜର ପରିବାର ଗଚ୍ଛିତ ଥିବା ପାଖାପାଖି ୮ ଲକ୍ଷ ଟଙ୍କା ସାଇବର ଠକମାନଙ୍କର ଦ୍ଵାରା ଦିଆଯାଇଥିବା ବ୍ୟାଙ୍କ୍ ଆକାଉଣ୍ଟରେ ପଠାଇଥିଲେ। ଯେତେବେଳେ କୌଣସି ଗିଫ୍ଟ ଆସିନଥିଲା ସେତେବେଳେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ କି ସେ ସାଇବର ଠକାମିର ଶିକାର ହୋଇଛନ୍ତି।
/sambad/media/post_attachments/wp-content/uploads/2022/09/Untitled-20.png)
ଏନେଇ କଟକ ସାଇବର ଥାନାରେ ଏକ ଅଭିଯୋଗ କରିଛନ୍ତି ଯୁବତୀ ଜଣକ। ଅନ୍ୟପଟେ ପୁଲିସ ଅଭିଯୋଗକୁ ଗ୍ରହଣ କରି ମାମଲା ଦାୟର କରିବା ସହ ସାଇବର ଏକ୍ସପର୍ଟମାନଙ୍କର ମାଧ୍ୟମରେ ଘଟଣାର ଖୋଳତାଡ଼ ଆରମ୍ଭ କରିବା କଥା କହିଛନ୍ତି ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ। ଅଭିଯୁକ୍ତମାନଙ୍କର ବିଭିନ୍ନ ଲୋକେସନରୁ କଲ୍ ଆସିଥିଲା ଯେଉଁଥିରେ ଭାରତ ବାହାରର କିଛି ସ୍ଥାନ ରହିଛି। ଠକାମିରେ ବ୍ୟବହୃତ ଆକାଉଣ୍ଟଗୁଡ଼ିକ ଭାରତ ଭିତରେ ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Women-Cheated-8-Lakhs-Online_Thumbnail.jpg)