କଟକିଆଙ୍କ ଭାବାବେଗ ସହ ଖେଳ! ଡାକୋଟା ଭୁବନେଶ୍ବର ବିମାନବନ୍ଦରରେ ରହିବାର ଯଥାର୍ଥତା କ’ଣ?

କଟକ: ବିଜୁ ପଟ୍ଟନାୟକଙ୍କର ସବୁ ସ୍ମୃତି କଟକ ସହର ସହ ଜଡ଼ିତ। ବିଜୁବାବୁଙ୍କ ଜୀବନ ସହ ସଂପୃକ୍ତ ବାସଗୃହ ‘ଆନନ୍ଦ ଭବନ’, ରେଭେନ୍‌ସା କଲିଜିଏଟ୍ ସ୍କୁଲ, ରେଭେନ୍‌ସା କଲେଜ, କଳିଙ୍ଗ ପ୍ରେସ୍ ଭଳି ଗୁରୁତ୍ବପୂର୍ଣ୍ଣ ସ୍ମୃତି କଟକ ଉଜ୍ଜୀବିତ କରି ରଖିଛି। ଖାଲି ସେତିକି ନୁହେଁ, ତାଙ୍କ ସ୍ମୃତିରେ ସିଡିଏରେ ବିଜୁ ପଟ୍ଟନାୟକ ପାର୍କ, ବିଜୁ ପଟ୍ଟନାୟକ ଫିଲ୍ମ ପ୍ରତିଷ୍ଠାନ, ତୁଳସୀପୁରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଏହାକୁ ବିଜୁ ପଟ୍ଟନାୟକ ଛକରେ ନାମିତ କରାଯାଇଛି। କିନ୍ତୁ ଭୁବନେଶ୍ବରରେ ବହୁ ପଛରେ ତାଙ୍କ ନାମ ଅନୁସାରେ ବିମାନବନ୍ଦରକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର କରାଯାଇଛି। ଡାକୋଟାକୁ ଓଡ଼ିଶା ଆଣିବାର ଉଦ୍ଦେଶ୍ୟ ଏହାର ଉଡାଣ ନୁହେଁ।

ଯଦି ଏହା ହୋଇଥାନ୍ତା, ତେ‌ବେ ଯେ କେହି କହିବେ ଭୁବନେଶ୍ବର ବିମାନବନ୍ଦର ଏଥିପାଇଁ ପ୍ରକୃଷ୍ଟ ସ୍ଥାନ। କିନ୍ତୁ ଡାକୋଟା ଆସିବାର ମୂଳ ଲକ୍ଷ୍ୟ ସାହସୀ ବିଜୁ ବାବୁ୍ଙ୍କ ସ୍ମୃତି ଉଜ୍ଜୀବିତ କରିବା ଯାହା ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ଏସବୁ ଦୃଷ୍ଟିର ବିବେଚନା କଲେ, ଭୁବନେଶ୍ବର ଏୟାରପୋର୍ଟରେ ଡାକୋଟାକୁ ରଖିବାର କିଛି ବି ଯଥାର୍ଥତା ନାହିଁ। ଡାକୋଟାକୁ ପୂର୍ବରୁ କଟକର ଆନନ୍ଦ ଭବନ ନିକଟରେ ରଖିବାର ନିଷ୍ପତ୍ତି ହୋଇଥିବା ବେଳେ ଏବେ ପୁଣି କାହିଁକି ଭୁବନେଶ୍ବର କଥା ଉଠୁଛି ବୋଲି ପ୍ରଶ୍ନ କରୁଛନ୍ତି କଟକିଆ।

ସମ୍ବନ୍ଧିତ ଖବର