କାଠଯୋଡ଼ି ନଦୀରେ ଲୋକଙ୍କ ବିପଜ୍ଜନକ ମସ୍ତି: ଅଘଟଣ ଆଶଙ୍କା

କଟକ: କଟକ ନରାଜ କାଠଯୋଡ଼ି ନଦୀରେ ଲୋକଙ୍କ ବିପଜ୍ଜନକ ମସ୍ତି। ନଦୀ ମଝିରେ ଭରା ପାଣିରେ ଚାଲିଛି ବୁଲାବୁଲି ଓ ସେଲଫି ଉଠା। ପୁଣି ବାପାମାଆ ଛୋଟ ପିଲାଙ୍କୁ ନେଇ ସେଲଫି ନେବାରେ ବ୍ୟସ୍ତ। ଯଦି କିଛି ଅଘଟଣ ଘଟେ, ତେବେ ସେଥିପାଇଁ କିଏ ଦାୟୀ ହେବ। ନରାଜ ଡାକବଙ୍ଗଳାଠାରେ ଲୋକେ ନଦୀ ଭିତରକୁ ପ୍ରବେଶ କରି ନଦୀ ଜଳର ମଜା ନେଉଛନ୍ତି। ହଠାତ୍ ଯଦି ବନ୍ୟାପାଣି ମାଡ଼ି ଆସେ ଅବା ଗୋଡ଼ ଖସିଯାଏ ତେବେ ଜୀବନହାନୀର ସମ୍ଭାବନା ରହିଛି। କଟକ ଫେଜ- ୨ ଥାନା ପୁଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ।

ସମ୍ବନ୍ଧିତ ଖବର