ସିଡିଏ: ସିଡିଏ ସେକ୍ଟର ୧୩ ଅଞ୍ଚଳରେ ଥିବା ଖରସୁଆଁ ନାଳ ଏବେ ସିଡିଏ ପଶ୍ଚିମାଞ୍ଚଳ ପାଇଁ ଦୁଖର କାରଣ ପାଲଟିଛି। ଅତୀତରେ ଏହି ନାଳ ଦେଇ ସେହି ଅଞ୍ଚଳର ଉଦବୃତ ବର୍ଷା ଜଳ ନିଷ୍କାସିତ ହେଉଥିବା ବେଳେ ଏବେ ତାହା ଉପରେ ଅବୈଧ ନିର୍ମାଣ ହେବା କାରଣରୁ ବର୍ଷା ପାଣି ଯାଇ ନ ପାରି ଜମା ହୋଇ ରହିବାରୁ ସମସ୍ତ ଅଞ୍ଚଳ ଦୀର୍ଘ ଦିନ ଧରି ପାଣିରେ ବୁଡି ରହିବା ସହିତ ଲୋକଙ୍କ ଘରେ ପାଣି ପଶୁଛି। ଏପରି ଜଳ ବନ୍ଦୀ ସମସ୍ୟାରୁ ମୁକୁଳିବା ପାଇଁ ସ୍ଥାନୀୟ ଲୋକେ ସିଡିଏ, ସିଏମସି ଓ ଡ୍ରେନେଜ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କଲେବି କେହି ଶୁଣୁ ନାହାନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଥାଉକି ଏହି ନାଳକୁ ଅବରୋଧ କରିବା ହେତୁ ସେକ୍ଟର ୧୩ ଓପିଟିସିଏଲ ଉର୍ଦୁ ଇଉନିଭର୍ସିଟି, ବ୍ରଜବିହାରୀପୁର ଅଞ୍ଚଳ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ଓ ବାଲ୍ମିକୀ ନଗର ଆଦି ଅଞ୍ଚଳ ମାସ ମାସ ଧରି ଜଳ ବନ୍ଦୀ ହୋଇ ରହୁଛି। ରଭେନ୍ସା ଇଉନିଭର୍ସିଟିର ଦିତୀୟ କ୍ୟାମ୍ପସ ଏଠାରେ ନିର୍ମାଣ କରାଯାଉଛି।
ରେଭେନ୍ସା ତାହାର ନିଜସ୍ବ ଜାଗା ବ୍ୟତୀତ ନିକଟରେ ଥିବା ଖରସୁଆଁ ନାଳକୁ ଅବରୋଧ କରି ପାଚେରି ନିର୍ମାଣ କରିବା ସହ ତହା ଭିତରେ ଘର ନିର୍ମାଣ କାମ ଜାରି ରଖିଛି। ଏଠାରେ ନାଳକୁ ଅବରୋଧ କରି ନିର୍ମାଣ କରାଗଲେ ଭବିଷ୍ୟତରେ ସବୁ ଅଞ୍ଚଳ ଜଳବନ୍ଦୀ ସମସ୍ୟା ଦେଇ ଗତି କରିବ ବୋଲି ସେକ୍ଟର ୧୩ର ଅଧିବାସୀ ମାନେ ବାରମ୍ଵାର ଅଭିଯୋଗ କରିଥିଲେ ହେଁ ରେଭେନ୍ସା କର୍ତ୍ତୃପକ୍ଷ କିମ୍ବା ଠିକାଦାର ଶୁଣୁ ନାହାନ୍ତି। ସ୍ଥାନୀୟ ଲୋକେ ଏନେଇ ନଗର ଉନ୍ନୟନ ମନ୍ତ୍ରୀ, ଡ୍ରେନେଜ ବିଭାଗ, ଜିଲ୍ଲା ପ୍ରଶାସନ, ସିଏମସି ଓ ସିଡିଏ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲାପରେ ଶେଷରେ ଏକ ଫ୍ୟାକ୍ଟଫାଇଣ୍ଡିଂ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରି ନିର୍ମାଣ କାମକୁ ବନ୍ଦ କରିବା ସହ ଅନ୍ୟାଦେଶ ପର୍ଯ୍ୟନ୍ତ କାମ ହୋଇପାରିବ ନାହିଁ ବୋଲି ତାଗିଦ କରିଥିଲେ। କିନ୍ତୁ କିଛି ଦିନ କାମ ବନ୍ଦ ରହିବା ପରେ ପୁଣି କାମ ଆଗେଇ ଚାଲିଛି। ତୁରନ୍ତ ପ୍ରଶାସନ ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/IMG-20200831-WA0015_6.jpg)