କଟକ: କଟକ ବଡ଼ ମେଡିକାଲ୍ କାଜୁଆଲିଟିରେ କରୋନା ପରୀକ୍ଷାକୁ ନେଇ ବଡ଼ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ରାତିରେ ଆସୁଥିବା ରୋଗୀଙ୍କ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯିବା କ୍ଷେତ୍ରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ହିନସ୍ତା ହେବାକୁ ପଡ଼ୁଛି। ଅତିରିକ୍ତ ଫର୍ମ ନଥିବାରୁ କାଜୁଆଲିଟିରେ ରହୁଥିବା ଡାକ୍ତର ରୋଗୀ ସମ୍ପର୍କୀୟଙ୍କୁ ଫର୍ମ ଜେରକ୍ସ କରି ଆଣିବାକୁ ବାଧ୍ୟ କରୁଛନ୍ତି। ହେଲେ ରାତିରେ ଜେରକ୍ସ କରିବା ସବୁବେଳେ ସମ୍ଭବ ହେଉନଥିବାରୁ ରୋଗୀ ସମ୍ପର୍କୀୟମାନେ ବହୁତ ହଇରାଣ ହେଉଥିବା ଅଭିଯୋଗ ହୋଇଛି।
ଗୁରୁବାର ଏଭଳି କିଛି ରୋଗୀ ସମ୍ପର୍କୀୟ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିବା ପରେ କର୍ତ୍ତୃପକ୍ଷ ଏଭଳି ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ରୋଗୀ ସମ୍ପର୍କୀୟଙ୍କୁ କରୋନା ପରୀକ୍ଷା ଫର୍ମ ଜେରକ୍ସ କରାଇବାକୁ କୁହାଯିବା ଆଦୌ ଗ୍ରହଣୀୟ ନୁହେଁ। ତେଣୁ କାଜୁଆଲିଟିରେ ଯେପରି ପର୍ଯ୍ୟାପ୍ତ ପରିମାଣର ଜେରକ୍ସ କପି ମିଳିପାରିବ ସେଥିପାଇଁ ମ୍ୟାନେଜରଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ଡ୍ୟୁଟି ଆରମ୍ଭରୁ ସିଏମ୍ଓ କିମ୍ବା ଅନ୍ୟ କର୍ମଚାରୀମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ୨୦୦ରୁ ୩୦୦ କପି ଜେରକ୍ସ କରାଇ ନେବାକୁ କୁହାଯାଇଛି। କରୋନା ପରିଚାଳନା ସମୟରେ କୌଣସି କର୍ମଚାରୀ କିମ୍ବା ଡାକ୍ତରଙ୍କୁ ନିରୁତ୍ସାହିତ ନକରାଇବା ପାଇଁ ମେଡିକାଲ୍ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇନାହିଁ। ତଥାପି ଏଭଳି ତ୍ରୁଟି ଯେପରି ଆଗକୁ ନହେବ ସେଥିପ୍ରତି କର୍ତ୍ତୃପକ୍ଷ ସଚେତନ ଥିବା ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/scb-medical-e1534494140860.jpg)