କଟକ: ନରସିଂହପୁର ରେଞ୍ଜ ବଡ଼ଧରଣା ଜଙ୍ଗଲରେ ମାଈ ହାତୀ ମୃତ

କଟକ: ନରିଂହପୁର ରେଞ୍ଜ ଅନ୍ତର୍ଗତ ବଡ଼ଧରଣା ଜଙ୍ଗଲରେ ଶୁକ୍ରବାର ଏକ ମାଈ ହାତୀର ମୃତ ଦେହକୁ ବନ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଜଙ୍ଗଲକୁ ଯାଇଥିବା କିଛି ଲୋକ ପ୍ରଥମେ ମୃତ ହାତୀକୁ ଦେଖିଥିଲେ। ଏ ବାବଦରେ ସେମାନେ ବନ ବିଭାଗକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ମାଈ ହାତୀର ମୃତ ଦେହକୁ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର