କିଶନନଗର: କଟକ ଜିଲ୍ଲାର ପ୍ରହରାଜପୁରଠାରେ ଜଣେ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ବେକ କଟାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ ଉପୁଜିଛି। ମୃତକ ସ୍ଥାନୀୟ ନମାଜ ପଡ଼ିଆ ଗ୍ରାମର ଅବ୍ଦୁଲ ଗୁଲଜାରଙ୍କ ପୁଅ କାଦର ଖାଁ (୪୨) ବୋଲି ଜଣାପଡିଛି।
ଖବର ପାଇ ଘଟଣାସ୍ଥଳରେ କିଶନନଗର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। କାଦରଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।ହତ୍ୟାର କାରଣ ଅସ୍ପଷ୍ଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/f617edaa-0b6f-4592-b482-6b0b5018a05a.jpg)
