କଟକ: ପ୍ରତାପ ନଗରୀ ବଣବା ଆଁରେଇ ପଠାରୁ ଝୁଲନ୍ତା ମୃତଦେହ ଉଦ୍ଧାର

0

କଟକ/ବାରଙ୍ଗ: କଟକ ସଦର ଥାନା ପୁଲିସ ସୋମବାର ଅପରାହ୍ଣରେ ବଣବା ଆଁରେଇ ପଠାରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସ୍ଥାନୀୟ ଅଚଂଳର କିଛି ଲୋକ ବୁଦାଳିଆ ଜଙ୍ଗଲକୁ ଯାଇଥିବା ବେଳେ ଏକ ଗଛରେ ଜଣେ ଲୋକ ମୃତ ଅବସ୍ଥାରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେମାନେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.