କଟକ: କଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡୁଛି ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ବାଦାମବାଡ଼ି ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଆଉ କିଛି ସମୟ ପରେ ଶବ ବ୍ୟବଚ୍ଛେଦ ପାଇଁ କଟକ ଏସସିବି ବଡ଼ ମେଡ଼ିକାଲକୁ ପଠାଯିବ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଖାନନଗର ପାର୍କ ନିକଟରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ
/sambad/media/post_attachments/wp-content/uploads/2022/12/badambadi-police-station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)