ଏସ୍‌ସିବି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

କଟକ:  ଏସ୍‌ସିବି ମେଡିକାଲ କଲେଜ ଏମ୍‌ବିବିଏସ୍‌ ଦ୍ୱିତୀୟ ବର୍ଷ ଛାତ୍ର କୈଳାସ ସର୍ଭଙ୍ଗିଆଙ୍କର ଗତ ୨୭ ତାରିଖରେ ମୃତ୍ୟୁ ଘଟିଛି। ସେ ସିକିଲ୍‌ସେଲ ରୋଗରେ ପୀଡ଼ିତ ହୋଇ ବଡ଼ ଡାକ୍ତରଖାନା ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଏମବିବିଏସ୍‌ ଛାତ୍ରଛାତ୍ରୀଙ୍କ ତରଫରୁ ତାଙ୍କ ମୃତଦେହକୁ ଶୋଭାଯାତ୍ରାରେ କଲେଜ୍ କ୍ୟାମ୍ପସ ପରିକ୍ରମା କରାଯାଇ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ହାଉସ୍‌ ସର୍ଜନ୍‌ ସଂଘର ସଭାପତି ଡାକ୍ତର ଦୀପକ କୁମାର ସାମଲ, ଛାତ୍ରସଂସଦ ସଭାପତି ବିଶ୍ୱଜିତ ମଲ୍ଲିକଙ୍କ ସମେତ ସହପାଠୀ ଏବଂ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Sambad

ମୃତ ଡାକ୍ତରୀ ଛାତ୍ର କୈଳାସଙ୍କୁ ନିଜ ଗାଁ ବଲାଙ୍ଗୀରକୁ ଆମ୍ବୁଲାନ୍ସ ଯୋଗ ନିଆଯାଇ ସେଠାରେ ଶବସତ୍କାର କରାଯାଇଥିଲା। ସନ୍ଧ୍ୟାରେ ତାଙ୍କ ସ୍ମୃତିରେ ଏକ ସଭା ଏଲ୍‌.ଟି-୩ରେ ଅନୁଷ୍ଠିତ ହୋଇଥିଲା। ସେଥିରେ କଲେଜର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦ୍‌ଗତି ନିମେନ୍ତ ନିରବ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର