କଟକ: କଟକ ସଦରରୁ ବଡ଼ ଲୁଟେରା ଗ୍ୟାଙ୍ଗ ଗିରଫ। ଜାତୀୟ ରାଜପଥରେ ଏକା ଲୋକଙ୍କୁ ଦେଖି ସୁନା ଗହଣା ଟଙ୍କା ଆଦି ଲୁଟ ଘଟଣା ଭିଆଉଥିବା ବିଟୁ ଓ ସାଥି ପ୍ରଶାନ୍ତ ବେହେରାକୁ ଗିରଫ କରିଛି କମିସନରେଟ ପୁଲିସ। ଦୀର୍ଘଦିନ ଧରି ଲୁଟେରା ରାଜ କରିବା ପରେ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଦର ଥାନା ପୁଲିସ।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରେ ଜରିପଡା ଅଞ୍ଚଳରୁ ଶାନ୍ତିଲତା ସାହୁ ପରିବା କିଣି ଘରକୁ ଫେରୁଥିଲା ବେଳେ ବିଟୁ ଓ ସାଥୀ ଏକ ବାଇକରେ ଆସି ଶାନ୍ତିଲତାଙ୍କ ଠୁ ସୁନା ଚେନ, ଟଙ୍କା ଲୁଟି ନେଇଥିଲେ। ଯାହା ଫଳରେ ସ୍ଥାନୀୟ ସଦର ଥାନାରେ ଏନେଇ ମାମଲା ହୋଇଥିଲା। ତେବେ ଏହି ମାମଲା ଆଧାରରେ ଆଜି ଏହି ଦୁଇ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ଗିରଫ ସମୟରେ ସୁନା ଚେନ, ୬୫ ହଜାର ଟଙ୍କା, ମୋବାଇଲ ଓ ଗାଡି ଜବତ କରିଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/WhatsApp-Image-2021-10-01-at-6.12.51-PM.jpeg)
