ସାଂସଦ ଅନୁଭବ ମହାନ୍ତିଙ୍କ ନାମ‌ରେ ମାନହାନି ଅଭିଯୋଗ ଆଣି ଏତଲା ଦେଲେ ପଡ଼ୋଶୀ ମନଜିତ୍

କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପଡ଼ୋଶୀ ମନଜିତ୍ ଦାସଙ୍କ ମଧ୍ୟରେ  ବିବାଦ ନୂଆ ମୋଡ଼ ନେଇଛି । କିଛି ଦିନ ପୂର୍ବରୁ  ସାଂସଦ ଅନୁଭବ ମହାନ୍ତି ମନଜିତଙ୍କ ନାମରେ କଟକ ପୁରୀଘାଟ ଥାନାରେ ଏତଲା କରିଥିଲେ। ବର୍ତ୍ତମାନ ଅନୁଭବ ମହାନ୍ତିଙ୍କ ନାମରେ ମାନହାନୀ ଅଭିଯୋଗ କରିଛନ୍ତି ମନଜିତ୍ । କଟକ ପୁରୀଘାଟ ଥାନାରେ ଏ ନେଇ ଅଭିଯୋଗ ଆଣି ଏତଲା ଦାୟର କରିଛନ୍ତି ମନଜିତ୍ । ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ମୋ ନାଁରେ ଅପପ୍ରଚାର କରୁଥିବା ବେଳେ ଏହା ଯୋଗୁଁ ମୋର ସମ୍ମାନହାନୀ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ଆଇଟି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏତଲାରେ ଦର୍ଶାଇଛନ୍ତି ମନଜିତ୍ ।

ଏହାପୂର୍ବରୁ ଗାଡି ପାର୍କିଂ ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିବା ବେଳେ ମନଜିତଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ଅନୁଭବ । ଏପରିକି ଏତଲା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦୁର୍ବବ୍ୟହାର କରୁଥିବା ନେଇ ଅନୁଭବ ଅଭିଯୋଗ କରିଥିଲେ । ଅନୁଭବଙ୍କ ଏତଲା ଆଧାରରେ ମନଜିତଙ୍କୁ ଥାନାକୁ ଡାକିଥିଲା ପୁଲିସ । ସେତେବେଳେ ଅନୁଭବଙ୍କ ବିରୋଧରେ ଗଣମାଧ୍ୟମ ସାମ୍ନାରେ ପାଲଟା ଅଭିଯୋଗ ଆଣିଥିଲେ ମନଜିତ । ସାଂସଦ ତାଙ୍କୁ ଦୁର୍ବ୍ୟବହାର କରୁଥିବା କହିଥିଲେ ମନଜିତ୍ ।  ଏବେ ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର କରୁଥିବାରୁ ଅନୁଭବଙ୍କ ନାଁରେ ଏତଲା କରିଛନ୍ତି ମନଜିତ୍ ।

ସମ୍ବନ୍ଧିତ ଖବର