କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବଢ଼ିଲା ଅଡୁଆ। ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ତାଙ୍କୁ ସମନ୍ ଜାରି କରିଛି। ପୁଲିସ୍ ତାଙ୍କୁ ଗିରଫ କରିପାରେ ବୋଲି ଚର୍ଚ୍ଚା ହେଉଛି। କେବଳ ବର୍ଷା ନୁହଁନ୍ତି, ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଙ୍କୁ ବି ସମନ ହୋଇଥିବା ଚର୍ଚ୍ଚା ହେଉଛି।
ଅବଶ୍ୟ ମାମଲାଟି ହେଉଛି ୨୦୧୯ ମସିହା ଜୁଲାଇ ୯ ତାରିଖର। ୨୦୨୨ ମସିହା ଜୁଲାଇ ମାସରେ ଦିଲ୍ଲୀ ପୁଲିସ୍ ମାମଲାଟିକୁ ପଞ୍ଜିକୃତ କରିବା ପରେ ବର୍ଷାଙ୍କ ପାଇଁ ଅଡୁଆ ବଢ଼ିଛି। ବଡକଥା ହେଉଛି ଗତ ୨୫ ତାରିଖରେ ଦିଲ୍ଲୀ ପୁଲିସର ଏକ ଟିମ ବର୍ଷାଙ୍କୁ ଖୋଜି ଖୋଜି କଟକରେ ପହଞ୍ଚିଥିଲା। ପୁରିଘାଟ ଥାନା ପୁଲିସ ଏଥିରେ ସହଯୋଗ କରିନଥିଲା। ଶେଷରେ ବହୁତ ସମୟ ପରେ ବର୍ଷା ଓ ତାଙ୍କ ବଡ଼ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିଲେ ବୋଲି ସୂଚନା ରହିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ବର୍ଷା ପ୍ରିୟଦର୍ଶନୀ ଏବଂ ସାଂସଦ ଅନୁଭବଙ୍କ ମଧ୍ୟରେ ଛାଡପତ୍ର ନେଇ ଏବେ କୋର୍ଟରେ ମାମଲା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/865a35a4-2ce9-4708-8a49-14df6cea045a.jpg)