ଏସ୍‌ସିବି ଡାକ୍ତର ରବୀନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍‌ ଘଟଣା: ୪୦୦ ଗ୍ରାମ ଅଳଙ୍କାର ଠାବ

କଟକ : ଏସ୍‌ସିବି ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲ କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କର ବଜ୍ରକବାଟୀ ୟୁକୋ ବ୍ୟାଙ୍କ ଶାଖାରେ ଥିବା ଲକର୍‌କୁ ଆଜି ଭିଜିଲାନ୍ସ ଯାଞ୍ଚ କରିଛି। ଯାଞ୍ଚ ସମୟରେ ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ୪୦ ଭରି ସୁନା, ହିରା ଗହଣା ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇ ଡାକ୍ତର ଜେନାଙ୍କ ନାମରେ ଥିବା ୩ କୋଟି ୨୩ ଲକ୍ଷ ୪୪ ହଜାର ଟଙ୍କାର ସଂପତ୍ତି ଆକଳନ କରିଥିଲା। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଡାକ୍ତର ଜେନା ୨୦୦୫ରୁ ୨୦୧୫ ମଧ୍ୟରେ ନିଜ ଖର୍ଚ୍ଚରେ ୟୁରୋପ, ୟୁଏସଏ, ଦକ୍ଷିଣ ପୂର୍ବ ଏସିଆର ଅନେକ ଦେଶ ଗସ୍ତ କରିଛନ୍ତି। ସେ ଆହୁରି ଅନେକ ଦେଶ ଗସ୍ତ କରିବାକୁ ଅନୁମତି ମାଗିଥିଲେ ବି ତାଙ୍କୁ ସେଥିପାଇଁ ଅନୁମତି ମିଳି ନଥିଲା। ତେଣୁ ତାଙ୍କ ଗସ୍ତ ସଂପର୍କିତ ସବିଶେଷ ବିବରଣୀ ସଂଗ୍ରହ ପାଇଁ ଉଦ୍ୟମ କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର