କଟକ: ଏସ୍ସିବିରେ ଅଭିଯୋଗ ହୋଇ ଆସୁଥିବା ଅବ୍ୟବସ୍ଥାର ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶବବ୍ୟବଚ୍ଛେଦ ଗୃହ ସମ୍ମୁଖରେ ଷ୍ଟ୍ରେଚରରେ ଦୁଇଟି ଶବ ଘଣ୍ଟାଏରୁ ଅଧିକ ସମୟ ପଡି ରହିବା ଏବଂ ବର୍ଷାରେ ଭିଜିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ବର୍ଷାରେ ଭିଜୁ ଥିବା ଶବକୁ ଆତ୍ମୀୟସ୍ବଜନ ଜଗି ବସିଥିବା ବେଳେ ସେହି ଅଞ୍ଚଳ କାନ୍ଦ ବୋବାଳିରେ ଫାଟି ପଡୁଥିଲା। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସେହି ସ୍ଥାନରେ ମୃତଦେହକୁ ପୁଲିସ ପଞ୍ଚନାମା ପାଇଁ ରଖିଥାଏ। ସେହି ପ୍ରକ୍ରିୟା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହକୁ ଯାଏ। ତେବେ ପଞ୍ଚନାମା ଏଭଳି ଗଛତଳେ କରାଯିବା ଓ ଘଣ୍ଟାଏରୁ ଅଧିକ ସମୟ ମୃତଦେହ ଏଭଳି ପଡିରହିବା ଘଟଣା ସାଧାରଣରେ ଉଦ୍ବେଗ ସୃଷ୍ଟି କରିଛି। ଏ ସଂପର୍କରେ ଏସ୍ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍ଙ୍କୁ ଯୋଗାଯୋଗ କରିବାରୁ ଏ ସଂପର୍କରେ ପୁଲିସ ଅଧିକ କିଛି କହିପାରିବ ବୋଲି କହିଛନ୍ତି।
ଏସ୍ସିବିରେ ଅଭାବନୀୟ ଦୃଶ୍ୟ: ଗଛ ତଳେ ଷ୍ଟ୍ରେଚରରେ ପଡ଼ିରହି ବର୍ଷାରେ ଭିଜିଲା ଶବ
/sambad/media/post_attachments/wp-content/uploads/2024/07/gggjjgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)