ନରସିଂହପୁର: କଟକ ଜିଲ୍ଲା ନରସିଂହପୁର କଠଉଖୋଜା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିବାର ସୂଚନା ମିଳିଛି। ସୂଚନାରୁ ପ୍ରକାଶ ଯେ ନରସିଂହପୁର ବ୍ଲକ ଅଧୀନ କଠଉଖୋଜା ଗାଁକୁ ଯିବାକୁ ଖଣ୍ଡେ ରାସ୍ତା ନାହିଁ ଏବଂ ଯେଉଁ ମାଟି ରାସ୍ତା ଅଛି ସେଥିରେ ଛୋଟ ପିଲାମାନେ ଯିବା ଆସିବା କରିବା ପାଇଁ ହଇରାଣ ହେଉଛନ୍ତି। ତେବେ କିଛି ଗ୍ରାମବାସୀମାନେ ଏକଜୁଟ ହୋଇ ଅଲରା ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ ପରେ ସରପଞ୍ଚ ନରସିଂହପୁର ବ୍ଲକ ଅଧକ୍ଷାଙ୍କର ମତାମତ ନେଇ ଗ୍ରାମବାସୀଙ୍କୁ ରାସ୍ତାରେ ମାଟି ପକାଇ ସମାନ କରିବାକୁ କହିଥିଲେ।
ଶୁକ୍ରବାର କିଛି ଗ୍ରାମବାସୀ ଏକଜୁଟ ହୋଇ ଗାଁ ରାସ୍ତା କାର୍ଯ୍ୟ କରୁଥିବା ବେଳେ ସେହି ଗ୍ରାମର ଗୋଟିଏ ପରିବାରର ୫ଜଣ ବ୍ୟକ୍ତି ଗ୍ରାମର ବାବୁଲି ନାଏକ, ସନ୍ତୋଷ ନାଏକ, ନିରଞ୍ଜନ ନାଏକ ଓ ଯୁଗଳ ନାଏକଙ୍କୁ ବିଭିନ୍ନ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଏବଂ ଜାତିଆଣ ଆକ୍ଷେପ କରିଥିବା ମଧ୍ୟ ନରସିଂହପୁର ଥାନାରେ ଅଭିଯୋଗ ହୋଇଛି। ପରେ ପ୍ରଦୀପ ମହାକୁଡ଼ ନାମକ ଜଣେ ବ୍ୟକ୍ତି ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରିବାକୁ ଆସିଥିବା ବେଳେ ପ୍ରଦୀପଙ୍କୁ ମଧ୍ୟ ତଳେ ପକାଇ ନିର୍ଧୁମ ମାଡ଼ ମାରିଥିଲେ। ପରେ ତାଙ୍କୁ ଅଚେତ ଅବସ୍ଥାରେ ନରସିଂହପୁର ମେଡିକାଲରେ ଭର୍ତି କରାଯାଇଥିଲା।
ତେବେ ଏନେଇ କଠଉଖୋଜା ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ କିଛି ସମୟ ପାଇଁ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ସ୍ଥାନୀୟ ଥାନା ଅଧିକାରୀ ଅଭୟ ବେହେରା, ନରସିଂହପୁର ବ୍ଲକ ଅଧକ୍ଷା ସସ୍ମିତା ଜେନା ଏବଂ ତାଙ୍କର ପ୍ରତିନିଧି ନିର୍ମଳ ଜେନାଙ୍କର ସମେତ ଗ୍ରାମର ସଭାପତି ଏବଂ ପଂଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଚାଲୁ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Untitled-10.png)