କଟକ: ସମ୍ଭାବ୍ୟ ବାତ୍ୟା ଜୱାଦ୍ ପ୍ରସ୍ତୁତି ସ୍ବରୂପ ସହରର ସମସ୍ତ ମୁଖ୍ୟ ଡ୍ରେନରୁ ଅଳିଆ ସଫା କରାଯାଇଥିବା ସିଏମ୍ସି ପକ୍ଷରୁ କୁହାଯାଇଛି। ମାତ୍ର କେଶପୁରସ୍ଥିତ ଏମ୍ଏସ୍ଡବ୍ଲୁ-୧ ଡ୍ରେନରୁ ଆଜି ଅପରାହ୍ନ ୪ଟା ସୁଦ୍ଧା ଭାସମାନ ଅଳିଆ ସଫା ହୋଇ ନଥିବାର ଦେଖିବାକୁ ମିଳିଛି। ଉକ୍ତ ଡ୍ରେନ ଦେଇ ସହରର ୭୦ ପ୍ରତିଶତ ଜଳ ନିଷ୍କାସନ ହେଉଥିବା ବେଳେ ଏହାର ସଫେଇକୁ ନେଇ ନିଗମ ଏପରି ଖାମଖିଆଲ ହେବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଟିକିଏ ବର୍ଷାରେ ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଯାଉଥିବା ସମୟରେ ବାତ୍ୟା ଜୱାଦ୍ରେ ସହରରେ ବର୍ଷା ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ସୂଚନା ଦିଆଯାଇଛି।
ନିଗମ ପକ୍ଷରୁ ବର୍ଷା ପାଣି ନିଷ୍କାସନ ପାଇଁ ୧୧୫ରୁ ଅଧିକ ପାଣି ପମ୍ପ ବସାଯାଇ ଥିବା କୁହାଯାଇଛି। ହେଲେ ପାଣି ନିଷ୍କାସନ ପାଇଁ ଥିବା ମୁଖ୍ୟ ଡ୍ରେନ ଗୁଡିକରୁ ଭାସମାନ ଅଳିଆ ସଫା କରାଯାଇ ନଥିବାରୁ ଏଥର ସହରର ବହୁ ଅଞ୍ଚଳ ପାଣିରେ ବୁଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସିଏମ୍ସି ତୁରନ୍ତ ସହରର ମୁଖ୍ୟ ଡ୍ରେନରୁ ଭାସମାନ ଅଳିଆ ସଫା କରି ପାଣିନିଷ୍କାନ କରିବା ଦିଗରେ ଉଦ୍ୟମ କରିବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/IMG_20211203_201647104404.jpg)