କସର୍ଦା ସତସଙ୍ଗ ଶ୍ରୀମନ୍ଦିର ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କଟକ: ବର୍ତ୍ତମାନ ଲକଡାଉନ୍ ଜାରି ରହିଥିବା ହେତୁ ଗ୍ରାମାଞ୍ଚଳରେ କାମଧନ୍ଦା ଅଭାବରୁ ବହୁ ଲୋକ ଅଭାବ ଅସୁବିଧା ଭିତରେ ସମୟ ଅତିବାହିତ କରୁଛନ୍ତି। ଏପରି ପରିସ୍ଥିତିରେ ବହୁ ସଂଗଠନ ଓ ବ୍ୟକ୍ତିବିଶେଷ ନିଜର ସାଧ୍ୟ ମୁତାବକ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି। ଏହି କ୍ରମରେ କଟକ ଜିଲ୍ଲାର କସର୍ଦାସ୍ଥିତ ସତସଙ୍ଗ ଶ୍ରୀମନ୍ଦିର ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ରଣିଓଲା ପଞ୍ଚାୟତର ଅଳତଳଙ୍ଗ ଗ୍ରାମରେ ଅବିନାଶ ଦାସଙ୍କ ନେତୃତ୍ୱରେ ସୋମବାର ଶୁଖିଲା ଖାଦ୍ୟର ପ୍ୟାକେଟ୍ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ  ସ୍ଥାନୀୟ ଅଞ୍ଚଳର ଯୁବସ୍ବେଚ୍ଛାସେବୀ ସନ୍ତୋଷ ଦାଶ,ସୁବ୍ରତ ଦାସ,ସୁରଜ ପାତ୍ର ,ରୁଦ୍ର ପାତ୍ର ,ଦେବେନ୍ଦ୍ର ସେଠୀ, ପ୍ରଶାନ୍ତ ଦାସ ଓ ରାଜେନ୍ଦ୍ର ବଡୁ ପ୍ରଭୃତି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର