ନକଲି ଡାକ୍ତରକୁ ଗିରଫ କଲା ବାଦାମବାଡ଼ି ଥାନା ପୁଲିସ

କଟକ: ବାଦାମବାଡ଼ି ଥାନା ପୁଲିସ ପଞ୍ଝାରେ ନକଲି ଡାକ୍ତର। ଜାଲ୍‌ କାଗଜପତ୍ର ଓ ପରିଚୟ ପତ୍ର ମାଧ୍ୟମରେ ବ୍ୟାଙ୍କକୁ ଠକିଥିବା ନକଲି ଡାକ୍ତର ଶ୍ରୀଧର ରାଉତ ଓରଫ ସିଦ୍ଧାର୍ଥ ସାର୍ଥକଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୁଲିସ। ସେ ନକଲି କାଗଜପତ୍ର ମାଧ୍ୟମରେ ଲକ୍ଷାଧିକ ଟଙ୍କା ଋଣ କରିଥିବା ଜଣାପଡ଼ିଛି। ପୁଲିସ ସୂଚନାଅନୁଯାୟୀ, ସିଦ୍ଧାର୍ଥ ସାର୍ଥକ ନାମକ ଯୁବକ ଜଣକ ଜାଲ କାଗଜପତ୍ର ଦେଇ କଟକ ବଜ୍ରକବାଟି ରୋଡ଼ରେ ଥିବା ୟୁନିୟନ ବ୍ୟାଙ୍କରୁ ୧୬.୫ ଲକ୍ଷ ଟଙ୍କାର ଲୋନରେ ଏକ କାର କିଣିଥିଲେ। ଏହାସହ ସେ ସେହି ବ୍ୟାଙ୍କର ବିଭିନ୍ନ ବ୍ରାଞ୍ଚ ମାନଙ୍କରୁ ୧୦ ଲକ୍ଷ ଟଙ୍କାର ଲୋନ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ଯେତେବେଳେ ବ୍ୟାଙ୍କ କାଗଜପତ୍ରର ଯାଞ୍ଚ କରାଯାଇଥିଲା ସେତେବେଳେ ସବୁ କାଗଜପତ୍ର ନକଲି ଥିବା ଜଣାପଡ଼ିଥିଲା।

Sambad

ଏହାପରେ ବ୍ୟାଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଅଭିଯୋଗ କରାଯାଇଥିଲା। ଏହି ମାମଲାର ତଦନ୍ତ କରି ପୁଲିସ କଟକ ଡାହାଳିଆବାଗ ଅଞ୍ଚଳ ବାସିନ୍ଦା ସିଦ୍ଧାର୍ଥ ସାର୍ଥକ ଗିରଫ କରିବା ସହ ତାଙ୍କ ଠାରୁ ଅନେକ ଜାଲ କାଗଜପତ୍ର ଓ ଡାକ୍ତରଙ୍କ ନକଲି ପରିଚୟ ପତ୍ର ଜବତ କରାଯାଇଛି।

ସମ୍ବନ୍ଧିତ ଖବର