ପୁଣି ନକଲି ଖାଦ୍ୟ ସାମଗ୍ରୀ କାରବାରର ପର୍ଦ୍ଦାଫାସ; ୨୦ କୁଇଣ୍ଟାଲ ନକଲି ଘିଅ ସମେତ ୬୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଦୁଇ ଗିରଫ; ୧୭ ଦିନରେ ଜବତ ହେଲାଣି କୋଟିଏ ଟଙ୍କାର ନକଲି ସାମଗ୍ରୀ

କଟକ-ଫୁଲନଖରା: ମାଲଗୋଦାମରେ ପୁଣି ନକଲି ଖାଦ୍ୟସାମଗ୍ରୀର କାରବାର ଧରା ପଡିଛି। ବନସ୍ପତ୍ତି ଓ ପାମୋଲିନ୍‌ ତେଲରେ ଅତର ମିଶାଇ ନକଲି ଘିଅ ପ୍ରସ୍ତୁତ କରାଯାଉଥିବା ରାକେଟର ପର୍ଦ୍ଦାଫାସ ହୋଇଛି। ମାଲଗୋଦାମରେ ଜଣେ ଡିଲରଙ୍କ ନକଲି ଆଡା ଉପରେ ପୁଲିସ ଆଜି ଚଢ଼ଉ କରିଛି। ଏହି ମାମଲାରେ ଡିଲର କାଳିଆ ଓରଫ କାଳନ୍ଦୀ ସାହୁକୁ ପୁଲିସ ଗିରଫ କରିବା ପରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ସଦର ଥାନା ଗବଗସ୍ତ ଅଞ୍ଚଳରେ ଏହି ନକଲି ସାମଗ୍ରୀର ଫ୍ୟାକ୍ଟ୍ରି ଥିବା ପୁଲିସ ଜାଣିବାକୁ ପାଇଥିଲା। ସେଠାରେ ଚଢ଼ଉ କରି ଫ୍ୟାକ୍ଟ୍ରି ମାଲିକ ନରସି˚ହ ଦାସକୁ ଗିରଫ କରିଛି। ଦୁଇଟି ଆଡାରେ ଚଢ଼ଉ କରି ପ୍ରାୟ ୨୦ କୁଇଣ୍ଟାଲ୍‌ ନକଲି ଘିଅ, ୧୦୦ ପେଟି ପାମୋଲିନ ଅଏଲ ଓ ବନସ୍ପତ୍ତି, ପ୍ୟାକି˚ ସାମଗ୍ରୀ ଜବତ ହୋଇଛି। ମୋଟ ଜବତ ସମ୍ପତ୍ତିର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ମାଲଗୋଦାମ ଥାନା ପୁଲିସ ଆକଳନ କରୁଛି।

Sambad

ସୂଚନା ଅନୁଯାୟୀ, ମାଲଗୋଦାମରେ ଏକ ଡିଲର‌୍‌ ପଏଣ୍ଟରେ ମାଲଗୋଦାମ ଥାନା ପୁଲିସ ଆଜି ନକଲି ଘିଅ କାରବାର ସମ୍ପର୍କରେ ଖବର ପାଇ ଚଢ଼ଉ କରିଥିଲା। ବାରଙ୍ଗର ଘିଅ ଡିଲର କାଳିଆକୁ ଗିରଫ କରିଥିଲା। ପୁଲିସ କାଳିଆର ଗୋଦାମରୁ ୫ ଲକ୍ଷ ଟଙ୍କାରୁ ଅଧିକ ନକଲି ଘିଅ ଜବତ କରିଥିଲା। ସେଠାରୁ ୪ଟି ବ୍ରାଣ୍ତର ଘିଅ ମିଳିଥିଲା। ଏହି ଘିଅ ପ୍ୟାକେଟରେ ବ୍ୟାଚ୍‌ ନମ୍ବର ନଥିବା ବେଳେ ଆଇଏଫସି କୋଡ୍ ନଥିଲା। ଏମିତିକି ଜବତ ହୋଇଥିବା ଘିଅ କେବେ ପ୍ରସ୍ତୁତ ହୋଇଥିଲା, କୌଣସି ତାରିଖ ବି ଉଲ୍ଲେଖ ନଥିଲା। ପ୍ରାୟ ୪ ବର୍ଷ ହେବ ଏହି ନକଲି ଘିଅ ଗୋଦାମ ମାଲଗୋଦାମ ଭିତରେ ଚାଲିଆସୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହି ନକଲି ଘିଅ କାଳିଆକୁ ଗବଗସ୍ତର ନରସି˚ହ ଯୋଗାଇ ଆସୁଥିଲା। ସେ ଗଲା ୫ ବର୍ଷ ହେବ ଏକ ନକଲି ଘିଅ ଫ୍ୟାକ୍ଟ୍ରି ଖୋଲି ମାଲଗୋଦାମ ସମେତ କଟକ ସହରର ଏକାଧିକ ଅଞ୍ଚଳକୁ ଚାଲାଣ କରୁଥିଲା।

Sambad

ନରସି˚ହ ବିଭିନ୍ନ ଦାମି କମ୍ପାନିର ଲୋଗୋ ହାଇଦ୍ରାବାର ଏକ ଜରି ପ୍ୟାକେଟ୍‌ ପ୍ରସ୍ତୁତକାରୀ ସ˚ସ୍ଥାକୁ ଅର୍ଡର ଦେଇ ପ୍ୟାକେଟ୍‌ କିଣୁଥିଲା। ସେହି ପ୍ୟାକେଟ୍‌ କଟକରେ ପହଞ୍ଚିବା ପରେ ସେଥିରେ ନକଲି ଘିଅ ପ୍ୟାକି˚ କରି ବଜାରକୁ ଛାଡ଼ୁଥିଲା। ବଜାରରେ ୧୦୦ ଗ୍ରାମ ଘିଅକୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ନରସି˚ହ ମାତ୍ର ୨୦ ଟଙ୍କାରେ ବିକ୍ରି କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।
ମାଲଗୋଦାମରେ ଗଲା ୧୧ ତାରିଖରେ ନକଲି ଲଙ୍କା ଓ ହଳଦୀ ଗୁଣ୍ତ ଜବତ ହୋଇଥିଲା। ଶାଢ଼ୀରେ ରଙ୍ଗ ଦେବାକୁ ବ୍ୟବହାର ହେଉଥିବା ବେଞ୍ଜର କେମିକାଲକୁ ଚାଉଳ ଖୁଦରେ ମିଶାଇ ଲଙ୍କା ଓ ହଳଦୀ ଗୁଣ୍ତ ପ୍ରସ୍ତୁତ ହେଉଥିଲା। ଏହି ମାମଲାରେ ପୁଲିସ ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହିତ ୫ ଲକ୍ଷ ଟଙ୍କାର ନକଲି ଲଙ୍କା ଓ ହଳଦୀ ଗୁଣ୍ତ ଜବତ କରିଥିଲା।

ସେହିପରି ୧୨ ତାରିଖରେ ୩ଟି ନକଲି ଫ୍ୟାକ୍ଟ୍ରି ମାଲଗୋଦାମ ଭିତରେ ଠାବ ହୋଇଥିଲା। ପୋକ ଲଗା ଚାଉଳ ଖୁଦରେ କେମିକାଲ ମିଶାଇ ଲଙ୍କା, ହଳଦୀ ଗୁଣ୍ତ ପ୍ରସ୍ତୁତ ହେଉଥିଲା। ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ମାତ୍ର ୧୭ ଦିନ ଭିତରେ ମାଲଗୋଦାମ ଭିତରୁ ପୁଲିସ ପାଖାପାଖି କୋଟିଏ ଟଙ୍କାର ନକଲି ସାମଗ୍ରୀ ଜବତ କଲାଣି। ଆଜିର ଚଢ଼ଉକୁ ମିଶାଇ ମୋଟ ୩ଟି ନକଲି କାରବାର ମାମଲା କେବଳ ମାଲଗୋଦାମ ଥାନାରେ ରୁଜୁ ହୋଇଥିବା ସୂଚନା ମିଳିଛି। ଚଢ଼ଉରେ ଏସିପି ଅମରେନ୍ଦ୍ର ପଣ୍ତାଙ୍କ ସମେତ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜ, ସଦର ଥାନା ଆଇଆଇସି ସୁଧା˚ଶୁ ଜେନା, ମାଲଗୋଦାମ ଥାନା ଏସଆଇ ଅ˚ଶୁପା ବେହେରା, ଧୋବେଇ ଗଡ଼ନାୟକ, କନଷ୍ଟେବଳ ବିଶ୍ବ ର˚ଜନ ବେହେରା, ହୋମଗାର୍ଡ ବିକାଶ ରଞ୍ଜନ ବେହେରା, ସିଏମସି ଫୁଡ ସେଫଟି ଅଫିସର ପ୍ରତୀକ୍ଷା ଦାସ ମହାପାତ୍ର, ଓଜନ ଓ ମାପ ବିଭାଗର ସିନିୟର ଇନସ୍ପେକ୍ଟର ମୋନାଲିସା ରଏ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର