କଟକ-ବିଦ୍ୟାଧରପୁର: ଆଜି ଶନିବାର ପୂର୍ବାଞ୍ଚଳର ୱାଡ଼ ନଂ ୫୫ ଭଦୀମୂଳଗ୍ରାମରେ ସକାଳେ ଅପମିଶ୍ରିତ ମସଲା କାରଖାନା ଓ ସ°ନ୍ଧ୍ୟାବେଳେ ୱାଡ଼ ନଂ ୫୪ ନୂଆବଜାର ଭି-ବଜାର ପାର୍ଶ୍ବରେ ନକଲି ଘିଅ, ଅଗୁର ଓ ଗଙ୍ଗାଜଳ କାରଖାନା ଉପରେ ପୁଲିସ ଚଢ଼ାଉ କରିଥିଲେ। ଦୀର୍ଘ ୧୫ ବର୍ଷ ହେବ ନୂଆ ବଜାରରେ ନକଲି କାରଖାନା ଚାଲୁଥିବା ଅଭିଯୋଗ ହୋଇଛି। ଚଢ଼ାଉ ସମୟରେ ବିପୁଳ ପରିମାଣର ଉତ୍ତର ପ୍ରଦେଶ ମିରଟ ସହର ଲୋଗୋ ଥିବା ଗୁଆ ଘିଅ, ଡାଲଡା, ଗଙ୍ଗାଜଳ, ଅଗୁରୁ ଓ ଅନ୍ୟାନ୍ୟ ଜିନିଷ ତିଆରି ପାଇଁ ରହିଥିବା କଞ୍ଚା ମାଲ, ମେସିନ ଜବତ ହୋଇଛି।
ଚାଉଳିଆଗଞ୍ଜ ଥାନା ଆଇଆଇସି ତାପସ ରଞ୍ଜନ ପ୍ରଧାନ ଓ କଟକ ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଏକ ପୁଲିସ ଟିମ, ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ସତ୍ୟବ୍ରତ ମହାପାତ୍ର, ଫୁଡ୍ ଇନ୍ସପେକ୍ଟର ଭଗବାନ ଲେଙ୍କା ଚଢ଼ାଉ ପାଇଁ ପହଞ୍ଚିବା ବେଳକୁ ନକଲି କାରଖାନାର ମାଲିକ ଫେରାର ହୋଇଯାଇଛନ୍ତି। ତାଙ୍କର ଏକ କର୍ମଚାରୀଙ୍କୁ ପୁଲିସ ଧରିଥିବା ସୂଚନା ମିଳିଛି। ଜବତ ସାମଗ୍ରୀର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଧରାପଡ଼ି ଥିବା କର୍ମଚାରୀଙ୍କଠାରୁ ବହୁ ତଥ୍ୟ ପର୍ଦ୍ଦାଫାସ ହୋଇପାରିବ ବୋଲି ଚାଉଳିଆଗଞ୍ଜ ଆଇଆଇସି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/IMG-20201128-WA0016.jpg)