କଟକରେ ମେଡ଼ିସିନ ହୋଲସେଲେର ଗୋଦାମ ଉପରେ ଚଢ଼ାଉ; ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ

କଟକ: କଟକ କନିକାଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲେର ଗୋଦାମ ଉପରେ ଜିଲ୍ଲା ଡ୍ରଗ ଡିପାଟମେଣ୍ଟର ଚଢ଼ାଉ। ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ, ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ୍‌ କେୟାର ନାମକ କମ୍ପାନିରୁ ଏହି ଔଷଧ ଆସୁଥିଲା।

ହୋଲସେଲର ବିରୁଦ୍ଧରେରେ ଡ୍ରଗ୍‌ ଆଣ୍ଡ କସମେଟିକ୍‌ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ୍ରଗ୍‌ ଇନ୍ସପେକ୍ଟର ଜଗନ୍ନାଥ ମଲ୍ଲିକଙ୍କ ସୂଚନା। ରେଡ଼ରେ ଯୋନ-୨ ର ଇନ୍ସପେକ୍ଟର ସୁଶାନ୍ତ କୁମାର ସାହୁ ଓ ଗ୍ରାମାଞ୍ଚଳ ସୁଜାତା ଆଚାର୍ଯ୍ୟ ସାମିଲ ରହିଛନ୍ତି।

କୋଭିଡ-୧୯ ସଂକଟ ସମୟରେ ଯେତେବେଳେ ଜୀବନ ଓ ମୃତୁ୍ୟ ମଧ୍ୟରେ ବିଜୟ ପାଇଁ ଲଢ଼େଇ ଚାଲିଛି, ଟଙ୍କା ଅଧିକ ଅର୍ଥ ରୋଜଗାର ଆଶାରେ କିଛି ଅସାଧୁ ବ୍ୟକ୍ତି ନକଲି ଔଷଧ ବିକ୍ରି କରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଇଛି । ଏହି ଘଟଣା ସହିତ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର