କଟକ: ବଜାରରେ ମିଳୁଛି ନକଲି ସରଫଏକ୍ସଏଲ। ଯାହା ଦେଖିବାକୁ ଅବିକଳ ବ୍ରାଣ୍ଡ ପରି। ହେଲେ ପ୍ୟାକେଟ ମଧ୍ୟରେ ରହିଛି ନକଲି ସମଗ୍ରୀ । ଯାହାର ଆଜି ପରଦାଫାସ କରିଛି କମିସନରେଟ ପୁଲିସ । ମାଲଗୋଦାମ ଅଞ୍ଚଳରୁ ଏକ ଅଟୋରୁ ଏହି ନକଲି ସରଫଏକ୍ସଏଲର ରୋଲ ଜବତ ହେବା ପରେ ଆରମ୍ଭ ହୋଇଥିଲା ପୁଲିସର ଜୋରଦାର ତଦନ୍ତ। ପ୍ରଥମେ ଟାଙ୍ଗି ପରେ ପରେ ସଦର ଖଣ୍ଡେଇତା ଓ ଶେଷରେ ମାହାଙ୍ଗାର ଉମର ବୋଲି ଏକ ଗାଁରେ ଏହି ନକଲି ଡିଟରଜେଣ୍ଟ ତିଆରି ହେଉଥିବା ଖବର ପାଇଥିଲା ପୁଲିସ। ଖବର ପାଇବା ମାତ୍ରେ ସଙ୍ଗେସଙ୍ଗ ଚଢ଼ାଉ ମଧ୍ୟ କରିଥିଲା। ଚଢ଼ାଉ ସମୟରେ ନକଲି ୧୫୪୦ କେଜି ପ୍ୟାକେଟ ସରଫଏକ୍ସଏଲ, ଓ ୧୮୦୦ ଖୋଲା ଗୁଣ୍ଡ ଜବତ କରିଛି ପୁଲିସ। ତେବେ ଜବତ ହୋଇଥିବା ନକଲି ସାମଗ୍ରୀର ଆନୁମାନିକ ମୂଲ୍ୟ ସ୍ପଷ୍ଟ ହୋଇନଥିବା ବେଳେ ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ମାଲଗୋଦାମ ଥାନା ପୁଲିସ।
ନକଲି ସରଫଏକ୍ସଏଲ ଜବତ କଲା ମାଲଗୋଦାମ ଥାନା ପୁଲିସ
/sambad/media/post_attachments/wp-content/uploads/2022/04/Untitled-86.jpg)