କଟକ: ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦରେ ନୂଆମୋଡ଼; ହାଇକୋର୍ଟରେ ଆଗତ ହେଲା ୫ମାମଲା

କଟକ: କଟକର ପ୍ରସିଦ୍ଧ ଦୁର୍ଗା ପୂଜାର ମୂର୍ତ୍ତି ଉଚ୍ଚତାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଆଜି ଏକ ନୂଆ ମୋଡ଼ ନେଇଛି। ଏ ସଂକ୍ରାନ୍ତରେ ଆଜି ଓଡ଼ିଶା ଉଚ୍ଚନ୍ୟାୟାଳୟରେ କଟକ ମହରାନଗରର ତିନିଟି ପୂଜା କମିଟି ପକ୍ଷରୁ ପାଞ୍ଚଟି ମାମାଲା ଆଗତ ହୋଇଛି।

ବାଲୁବଜାର ପୂଜା କମିଟି ତରଫରୁ ତିନିଟି ଅଲଗା ଅଲଗା ମାମଲା ହାଇକୋର୍ଟରେ ଆଗତ କରାଯାଇଛି। ଆଗତ ହୋଇଥିବା ପ୍ରଥମ ମାମଲାଟିରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟଙ୍କ ଖଣ୍ଡପୀଠ ପୂର୍ବରୁ ଦେଇଥିବା ରାୟର ପୁନଃବିଚାର ପାଇଁ ଏକ ରିଭ୍ୟୁ ପିଟିସନ୍ ଆଗତ କରାଯାଇଛି।

ଅନ୍ୟ ‌ଗୋଟିଏ ମାମଲାରେ କଟକ ଭୁବନେଶ୍ବର ପୁଲିସ କମିସନରଙ୍କ ବିରୋଧରେ ଏକ ଅଦାଲଦ ଅବମାନନା ମାମଲା ଆଗତ କରାଯାଇଛି। ଆଗତ ମାମଲାରେ, ଅଭିଯୋଗ କରାଯାଇଛି ଯେ ପୁଲିସ କମିସନର ବ୍ୟକ୍ତିଗତ ଭାବେ କାହାରିବକୁ ସାକ୍ଷତ ନକରି କାଳ୍ପନିକ ଭାବେ ଏକ ରିପୋର୍ଟ ପ୍ରସ୍ତୁତ କରି ହାଇକୋ‌ର୍ଟଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି।  ତାଙ୍କର ଏପ୍ରକାର କାର୍ଯ୍ୟ ଅଦାଲତଙ୍କ ଅବମା‌ନନା କରିଥିବା ଦର୍ଶାଇ ତାଙ୍କ ବିରୋଧରେ ଏଇ ଅଦାଲତ ଅବମାନନା ମାମଲା ଆଗତ କରିଛି ବାଲୁବଜାର ପୂଜା କିମିଟି।

ବାଲୁବଜାର ପୂଜା କମିଟି ପକ୍ଷରୁ ଆଗତ କରା ଯାଇଥିବା ତୃତୀୟ ମାମଲଟିରେ ମୂର୍ତ୍ତି ଉଚ୍ଚତାକୁ ଚାରିଫୁଟ ମଧ୍ୟରେ ସୀମିତ ରଖିବା ପାଇଁ ପୁଲିସ କମିସନର ଯେଉଁ ନିର୍ଦ୍ଦଶାନାମାଜାରି କରିଥିଲେ ତାହାକୁ ଚ୍ୟା‌ଲେଞ୍ଜ କରି ଏକ ରିଟ୍‌ ପିଟିସନ୍ ହାଇକେର୍ଟରେ ଆଗତ କରାଯାଇଛି।

ସେହିପରି ମୂର୍ତ୍ତିର ଉଚ୍ଚତା ନେଇ ଅନ୍ୟ ଦୁଇଟି ମାମଲା ଫିରିଙ୍ଗି ବଜାର ପୂଜା କମିଟି ଓ ତଳତେଲେଙ୍ଗା ବଜାର ପୂଜା କମିଟି ପକ୍ଷରୁ ପୃଥକପୃଥକ ଭାବେ ଆଗତ କରାଯାଇଛି।

ସମ୍ବନ୍ଧିତ ଖବର

Comments are closed.