କଟକ: କାର୍ଯ୍ୟରେ ଅବହେଳା କଲେ, ଏବେ ଦେବାକୁ ହେବ ଜରିମାନା। ଛାତ୍ରଛାତ୍ରୀଙ୍କୁ ୨୯ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ଘରୋଇ ଶିକ୍ଷାନୁଷ୍ଠାନ ଇଷ୍ଟ। କଟକ ଫୁଲନଖରା ନିକଟସ୍ଥ ଇଷ୍ଟ କଲେଜର କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡ଼ିବ ଏହି ଜରିମାନା। ୨୦୧୯ରେ ଇଷ୍ଟ କଲେଜରେ ବିଟେକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦିଆଯାଇନଥିବାରୁ ହତାଶ ହୋଇଯାଇଥିଲେ ଛାତ୍ରଛାତ୍ରୀ। ସବୁଆଡୁ ନିରାଶ ହେବା ପରେ ୨୦୨୨ରେ ସେମାନେ ରାଜ୍ୟ ମାନବାଧିକାର କମିସନର ଦ୍ବାରସ୍ଥ ହୋଇଥିଲେ।
କମିସନଙ୍କ ହସ୍ତକ୍ଷେପ ପରେ ଛାତ୍ରଛାତ୍ରୀଙ୍କୁ ମିଳିଥିଲା ସାର୍ଟିଫିକେଟ। ତେବେ ଆବେଦନକାରୀଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବାରୁ ୨୯ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଲେଖାଏ କ୍ଷତିପୂରଣ ଦେବାକୁ ଇଷ୍ଟ କଲେଜର କର୍ତ୍ତୃପକ୍ଷଙ୍କୁ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି କମିସନ। ପିଟିସନ କରିନଥିବା ଛାତ୍ରଛାତ୍ରୀଙ୍କୁ ୨୦ ହଜାର ଲେଖାଏ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି। ୬୦ ଦିନ ଭିତରେ ଏହି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି। ୬୦ ଦିନ ଭିତରେ କ୍ଷତିପୂରଣ ନଦେଲେ ବର୍ଷକୁ ୧୨ ପ୍ରତିଶତ ସୁଧ ଆକାରରେ ଟଙ୍କା ଦେବେ ଇଷ୍ଟ କର୍ତ୍ତୃପକ୍ଷ। ଯଦି ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କ୍ଷତିପୂରଣ ନଦିଅନ୍ତି ତେବେ ଦକ୍ଷତା ବିକାଶ ବିଭାଗ ଇଷ୍ଟ ଶିକ୍ଷାନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟ ସିଜ କରି ଛାତ୍ରଛାତ୍ରୀଙ୍କୁ କ୍ଷତିପୂରଣ ଦେବେ ବୋଲି କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ ସୂଚନା ଦେଇଛନ୍ତି।
ଛାତ୍ରଛାତ୍ରୀଙ୍କୁ ୨୯ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବ ଇଷ୍ଟ କଲେଜ
କାର୍ଯ୍ୟରେ ଅବହେଳା କଲେ , ଏବେ ଦେବାକୁ ହେବ ଜରିମାନା। ଛାତ୍ରଛାତ୍ରୀଙ୍କୁ ୨୯ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ଘରୋଇ ଶିକ୍ଷାନୁଷ୍ଠାନ ଇଷ୍ଟ। କଟକ ଫୁଲନଖରା ନିକଟସ୍ଥ ଇଷ୍ଟ କଲେଜର କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡିବ ଏହି ଜରିମାନା।
/sambad/media/media_files/2025/08/23/untitled-2025-08-23-13-48-36.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)