ରେଭେନ୍ସା ଇଷ୍ଟ-ୱେଷ୍ଟ୍‌: ଦୁଇ ଐତିହାସିକ ଛାତ୍ରାବାସକୁ ଶହେ ପୁରିଲା

କଟକ: ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇ ସର୍ବପୁରାତନ ଛାତ୍ରାବାସ ଇଷ୍ଟ୍ ଓ ୱେଷ୍ଟ୍ ହଷ୍ଟେଲ। ଏହି ଦୁଇ ଐତିହାସିକ ଛାତ୍ରାବାସ ଶତବାର୍ଷିକୀ ସମାରୋହ ପାଳନ କରିବାକୁ ଯାଉଛନ୍ତି ଡିସେମ୍ବର ୨୪ ଓ ୨୬ ତାରିଖରେ। ରେଭେନ୍ସାର ମୂଳକୋଠା ସହିତ ଯୋଡ଼ି ହୋଇ ରହିଥିବା ଏହି ଦୁଇଟି ହଷ୍ଟେଲ ଅନେକ ଐତିହାସିକ ଘଟଣାର ମୁକସାକ୍ଷୀ। ଗୋଟିଏ ସମୟରେ ଏହି ଦୁଇଟି ହଷ୍ଟେଲ ଥିଲେ ସାହିତ୍ୟ, ସଂସ୍କୃତି ଓ ରାଜନୀତିର ଅନ୍ତୁଡ଼ିଶାଳ।

Sambad

ଏହି ଦୁଇଟି ହଷ୍ଟେଲରେ ଛାତ୍ର ଜୀବନ କାଟିଥିବା ଅନେକ ଦିଗ୍‌ଗଜଙ୍କ କାହାଣୀକୁ ନେଇ ରାଜ୍ୟର ଇତିହାସ ବି ସମୃଦ୍ଧ। ଦୁଇ ହଷ୍ଟେଲ ଶହେ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ପୁରାତନ ଅନ୍ତେବାସୀଙ୍କ ଜରିଆରେ ପୁରୁଣା ଦିନର ଉଲ୍ଲେଖନୀୟ ଅନୁଭୂତି ଓ ପ୍ରସଙ୍ଗକୁ ବର୍ତ୍ତମାନର ପିଢି ନିକଟରେ ଜୀବନ୍ତ କରିବା ପାଇଁ ‘ସମ୍ବାଦ’ର ଏହି ସ୍ବତନ୍ତ୍ର ପ୍ରୟାସ।

ସମ୍ବନ୍ଧିତ ଖବର