କଟକ: ରାକ୍ଷୀ ବଜାରରେ ଏଥର କଟକରେ ରାଜ୍ କରିବ ବାଉଁଶ ଓ ବେତ ତିଆରି ରାକ୍ଷୀ। ଓରମାସ୍ ପକ୍ଷରୁ ପ୍ରଥମ ଥର ପାଇଁ କଟକ ଜିଲ୍ଲାର ୫ଟି ମହିଳା ଉତ୍ପାଦକ ଗୋଷ୍ଠୀ ପ୍ରସ୍ତୁତ କରିଛନ୍ତି ବାଉଁଶ ଓ ବେତରେ ପ୍ରସ୍ତୁତ ଇକୋ-ଫ୍ରେଣ୍ଡଲି ରାକ୍ଷୀ। ଏହାର ଦର ୨୦ରୁ ୩୦ଟଙ୍କା ରଖିଛି। କଟକର ଗୋଟିଏ ସ୍ଥାନରେ ଏହି ରାକ୍ଷୀ ବିକ୍ରି ଆଜିଠାରୁ ଆରମ୍ଭ ହୋଇଛି। କଟକ ଷ୍ଟେସନ୍ରେ ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ’ ଯୋଜନାରେ କଟକ ରେଳ ଷ୍ଟେସନ୍ ପ୍ଲାଟ୍ଫର୍ମ ନମ୍ବର ୧ ଷ୍ଟଲ୍ରେ ଏହି ରାକ୍ଷୀ ବିକ୍ରି ଆରମ୍ଭ ହୋଇଛି। ଡିଆରଡିଏ ନିକଟ ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଓ ବାଙ୍କୀ ମହାବିଦ୍ୟାଳୟ ନିଟକରେ ମଧ୍ୟ ଦୁଇଟି ଷ୍ଟଲ୍ ୩୦ ତାରିଖ ସୁଦ୍ଧା ଆରମ୍ଭ କରାଯିବ ବୋଲି ଓରମାସ୍ର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ୍ ବିହାରୀ ରାଉତ୍ ସୂଚନା ଦେଇଛନ୍ତି। ଜିଲ୍ଲାର କୁଶଳୀ କାରିଗରମାନେ ବାଉଁଶ ଓ ବେତରୁ ତିଆରି କରୁଥିବା ବିଭିନ୍ନ ନାନା ରଙ୍ଗର ରାକ୍ଷୀ ପ୍ରସ୍ତୁତ କରୁଛନ୍ତି।
କଟକ ଜିଲ୍ଲାର କୁଶଳୀ କାରିଗରମାନଙ୍କ ଆୟ ବୃଦ୍ଧି କରିବା ନିମନ୍ତେ ‘ଓରମାସ୍’ ପକ୍ଷରୁ ଡମପଡ଼ା ବ୍ଳକ୍ରେ ତିନିଟି ଉତ୍ପାଦକ ଗୋଷ୍ଠୀ କପିଳେଶ୍ବର ଉତ୍ପାଦକ ଗୋଷ୍ଠୀ, ମା’ ଚର୍ଚ୍ଚିକା ଉତ୍ପାଦକ ଗୋଷ୍ଠୀ ଓ ମା ସିଦ୍ଧଭୈରବୀ ଉତ୍ପାଦକ ଗୋଷ୍ଠୀଙ୍କୁ ତାଲିମ୍ ଦିଆଯାଇଥିଲା। ସେମାନଙ୍କ ଦ୍ବାରା ବାଉଁଶ ଓ ବେତରେ ତିଆରି ବିଭିନ୍ନ ରାକ୍ଷୀକୁ ଉପଯୁକ୍ତ ବଜାର ବ୍ୟବସ୍ଥା ଦେବାକୁ ଆଜିଠାରୁ ରାକ୍ଷୀ ଷ୍ଟଲ୍କୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରାଯିବା ସହ ବିକ୍ରି ଆରମ୍ଭ ହୋଇଛି। କଟକ ରେଳ ଷ୍ଟେସନରେ ଡିଆରଡିଏ ପିଡି ଅମ୍ବର କର, ଓରମାସ୍ର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ୍ ବିହାରୀ ରାଉତ, ମିଶନଶକ୍ତିର ସ୍ବାଗତିକା ପରିଡ଼ା, କୁମେଲ ଆବାସ ଓ ଉତ୍ପାଦିକା ଗୋଷ୍ଠୀମାନଙ୍କ ଉପସ୍ଥିତିରେ ଏହାକୁ ଉଦ୍ଘାଟନ ହୋଇଯାଇଛି। ଏହି ଷ୍ଟଲକୁ ଶ୍ରଦ୍ଧାଞ୍ଜଳି ମହାରଣା, ସଂପାଦିକା ମା ସିଦ୍ଧ ଭୈରବୀ ଉତ୍ପାଦକ ଗୋଷ୍ଠୀ ପରିଚାଳନାର ଦାୟିତ୍ବ ନିର୍ବାହ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ORMAS094059.jpg)