କଟକ: ବାଙ୍କୀରେ ଗୋଷ୍ଠୀ ସଂଘର୍ଷ, ୮ ଆହତ

ବାଙ୍କୀ: କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁରେ ରବିବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଏଥିରେ ଉଭୟ ପକ୍ଷରୁ ଢେଲାପଥର ମାଡ଼ ହୋଇଛି। ଫଳରେ ୮ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର