କଟକ : ଜେଲ୍ ଗଲା କୁଖ୍ୟାତ୍ ହାତୀ ଶିକାରୀ ବାବୁଲି ମହାଳିକ। ୨୦ରୁ ଅଧିକ ହାତୀ ଶିକାର ଘଟଣାରେ ଆଠଗଡ ବନବିଭାଗ ଗିରଫ କରିଥିବା ବାବୁଲିକୁ ସୋମବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି। ଅନ୍ୟପଟେ ବାବୁଲିର ସହଯୋଗୀଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇଥିବା ଆଠଗଡ ଡିଏଫ୍ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି। ତେବେ, ଏତେସଂଖ୍ୟକ ହାତୀ ଶିକାର ପରେ ବି ବାବୁଲିର କୌଣସି ଅନୁଶୋଚନା ନଥିବା ଦେଖାଯାଇଛି। ‘ଯଦି ପାରୁଛନ୍ତି ନୟାଗଡ଼ ଦାନ୍ତ ମାଫିଆକୁ ଧରନ୍ତୁ’ ବୋଲି ତଦନ୍ତ ସମୟରେ ସେ ବନବିଭାଗକୁ ଚାଲେଞ୍ଜ୍ କଲା ଭଳି ଶୁଣାଇଛି। ସୂଚନା ଅନୁଯାୟୀ, ଦୀର୍ଘ ୧୫/୧୭ବର୍ଷ ହେଲା ହାତୀ ଶିକାର କରିଆସୁଛି ବାବୁଲି। ଗତ ୨୦୧୮ ଫେବ୍ରୁଆରି ୧୧ ତାରିଖରେ ବଡ଼ମ୍ବା ରେଞ୍ଜ ଅଧୀନ ମାଣିଆବନ୍ଧ ବିଟ୍ର ହଳଦିଆଶେଣୀ ସଂରକ୍ଷିତ ଜଙ୍ଗଲରେ ଦୁଇଟି ଦନ୍ତାହାତୀଙ୍କୁ ଶିକାର କରି ଦାନ୍ତ ଲୁଟିନେଇ ନୟାଗଡରେ ବିକ୍ରି କରିଥିଲା ବାବୁଲି। ସେ ଆଠଗଡ, ଅନୁଗୁଳ, ଢେଙ୍କାନାଳ, ନୟାଗଡ ଜଙ୍ଗଲରେ ବୁଲି ହାତୀ ଶିକାର କରୁଥିବା ଜଣାପଡିଛି।
କୁଖ୍ୟାତ ଶିକାରୀ ବାବୁଲି ଜେଲ୍ ଗଲା, ସହଯୋଗୀଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ
/sambad/media/post_attachments/wp-content/uploads/2020/02/babuli-elephant-hunter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)