ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଟୁଟୁନି ଆହତ

କଟକ: କୁଖ୍ୟାତ ଅପରାଧୀ ଅଶୋକ ବେହେରା ଓରଫ ଟୁଟୁନି ଶୁକ୍ରବାର ରାତି ଏନ୍‌କାଉଣ୍ଟରରେ ଆହତ ହୋଇଛି। କଟକ ଚୌଦ୍ୱାର ଅଞ୍ଚଳରେ ଟୁଟୁନି ଥିବା ଜାଣି ପାରି କମିସନରେଟ୍‌ ପୁଲିସ ପକ୍ଷରୁ ଏନ୍‌କାଉଣ୍ଟର କରାଯାଇ ଥିଲା। ଘଟଣାସ୍ଥଳରୁ ଟୁଟୁନି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏନ୍‌କାଉଣ୍ଟର କରିଥିଲା। ଘଟଣାସ୍ଥଳରୁ ପୁଲିସକୁ ବନ୍ଧୁକ ସହିତ ୨ ରାଉଣ୍ଡ ଗୁଳି ଜବତ କରି ଟୁଟୁନିକୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ର ନାମରେ ୭ଟି ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କମିସନରେଟ୍‌ ପୁଲିସ ଏନ୍‌କାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧୀ ଗୁରୁବାର ରାତି ଆହତ ହୋଇଥିଲେ। ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଭଜିମୂଳ ଅଞ୍ଚଳରେ ଥିବା ବେଳେ ଶେଖ କାଲାବାବୁ ଓ ଅଲେଖ ରାଉତରାୟ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଉୟୟଙ୍କ ନାମରେ ଏକାଧିକ ମାମଲା ରହିଛି। ଗୋଟିଏ ବନ୍ଧୁକ ସହ ୨ଟି ଗୁଳି ଜବତ ହୋଇଥିଲା। ଉଭୟ ଅପରାଧୀ ଅବଦୂଳ ରେହମାନଙ୍କ ଭାଇ ତାହିର ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର