ମାଟ୍ରିକ ପରୀକ୍ଷା ଶେଷ; ୧୧ରୁ ଖାତା ଦେଖା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆୟୋଜିତ ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଆଜି ଶେଷ ହୋଇଛି। ଆସନ୍ତା ୧୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ତିନି ଦିନ ଧରି ଖାତା ଦେଖା ଚାଲିବ। ୭ଟି ଜିଲ୍ଲାର ୯ଟି କେନ୍ଦ୍ରରେ ଖାତାଦେଖା ହେବ। ଏହି କେନ୍ଦ୍ରଗୁଡିକ କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା , ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଜିଲ୍ଲାରେ ରହିଛି। ଖାତା ଦେଖିବାକୁ ପାଖାପାଖି ୧୫୦୦ ଶିକ୍ଷକ ନିୟୋଜିତ ହେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର