କଟକ : ଲାଞ୍ଚ ନେବା ମାମଲାରେ ପୁରୀ ଗୋପ୍ ବ୍ଲକ୍ର ପୂର୍ବତନ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର କିଶାନଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ୩ବର୍ଷ ଜେଲ୍ ଓ ୫ହଜାର ଟଙ୍କା ଜରିମାନା କରିଛନ୍ତି। ୨୦୧୨ ମସିହାରେ ମନରେଗା କାମ ପାଇଁ ଶ୍ରମିକ ଅନ୍ୟାନ୍ୟ ଉପକରଣ ବାବଦକୁ ୫୧୫୦୦ ଟଙ୍କାର ଚେକ୍ ପ୍ରଦାନ କରିବାକୁ ଅଭିଯୋଗକାରୀ ରଶ୍ମିରଂଜନ ମହାପାତ୍ରଙ୍କଠୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଟଙ୍କା ନେଲାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଆଜି ମାମଲାର ରାୟ ପ୍ରକାଶ ପାଇଥିଲା ବେଳେ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ୩ବର୍ଷ ଜେଲ୍ ଓ ୫ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ପୁରୀ ଭିଜିଲାନ୍ସ ୟୁନିଟ୍ର ଡିଏସ୍ପି ଏଚ୍.ଏନ୍.ପତି ମାମଲାର ତଦନ୍ତ କରିଥିଲା ବେଳେ ସ୍ୱତନ୍ତ୍ର ପିପି ଏଚ୍.କେ. ସ୍ୱାଇଁ ମାମଲାର ପରିଚାଳନା କରିଥିଲେ।
ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍
/sambad/media/post_attachments/wp-content/uploads/2018/07/jai.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)