ଆୟ ବର୍ହିଭୂତ ସମ୍ପତ୍ତି ମାମଲା : ୨୧ ବର୍ଷ ପରେ ପୂର୍ବତନ ଫରେଷ୍ଟ ଗାର୍ଡଙ୍କୁ ୩ବର୍ଷ ଜେଲ୍‌

କଟକ : ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଯୋବ୍ରା ରେଞ୍ଜ ଅଫିସ୍‌ର ପୂର୍ବତନ ଫରେଷ୍ଟ ଗାର୍ଡଙ୍କୁ ଜେଲ୍‌ ଦଣ୍ତ ହୋଇଛି। ଦୀର୍ଘ ୨୧ ବର୍ଷ ପରେ ମାମଲାର ରାୟ ଆସିଥିଲା ବେଳେ ଫରେଷ୍ଟ ଗାର୍ଡ ନକୁଳ ଚରଣ ସାହୁଙ୍କୁ ୩ବର୍ଷ ଜେଲ୍‌ ଓ ୫୦ ହଜାର ଟଙ୍କା ଜରିମାନା ହୋଇଛି। ମାମଲାରୁ ପ୍ରକାଶ ଯେ, ୧୯୯୭ ମସିହାରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ଡିଭିଜନ୍‌ ପକ୍ଷରୁ ଅଭିଯୁକ୍ତ ନକୁଳଙ୍କ ଘରେ ଚଢାଉ କରାଯାଇଥିଲା। ଚଢାଉ ପରେ ସେତେବେଳେ ୨ଲକ୍ଷ ୭୦୮୯୨ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ରେକର୍ଡ କରାଯାଇଥିଲା। ପରେ ଏସ˚କ୍ରାନ୍ତରେ କଟକ ଭିଜିଲାନ୍ସ ଥାନରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାକୁ ଭିଜିଲାନ୍ସ ସେଲ୍‌ର ପୂର୍ବତନ ଇନ୍ସପେକ୍ଟର ହିମା˚ଶୁ ପାତ୍ର, ସ୍ବତନ୍ତ୍ର ପିପି ସର୍ବେଶ୍ବର ବାରିକ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର