କଟକ: ବିଶିଷ୍ଟ ଶ୍ରମିକ ନେତା, ପୂର୍ବତନ ବିଧାୟକ, ରାଜ୍ୟ ବିଜୁ ଜନତା ଦଳ ଶ୍ରମିକ ସାମ୍ମୁଖ୍ୟର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ବିୟୋଗରେ କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ, ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ମହାନଗର ବିଜେଡି ସଭାପତି ମଧୁସୂଦନ ସାହୁ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ, ମହମ୍ମଦ ସକିଲ, କଟକ ଜିଲ୍ଲା ବିଜେଡି ଉପସଭାପତି ଧର୍ମେଶ ନାୟକ, ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ, ଡକ୍ଟର ମହମ୍ମଦ ଆୟୁବ, ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ, ଦେବେନ୍ଦ୍ର କାହାଳି, ପ୍ରଫୁଲ୍ଲ ବେହେରା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ସେହିଭଳି ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା, ଡାକ୍ତର ରବିରଂଜନ ସାହୁ, ହାଇକୋର୍ଟ ବାର ସଭାପତି କାଳୀ ମିଶ୍ର, ଉପସଭାପତି କ୍ଷୀରୋଦ ରାଉତ, ଆଇନଜୀବୀ ସୁକାନ୍ତ ନାୟକ, ଚିତ୍ତରଞ୍ଜନ ମହାନ୍ତି, କର୍ପୋରେଟର ପୁଷ୍ପିତା ମହାନ୍ତି, କର୍ପୋରେଟର ପ୍ରିୟମ୍ବଦା ମହାନ୍ତି, କର୍ପୋରେଟର ବିକାଶ ବେହେରା, କର୍ପୋରେଟର ମହମ୍ମଦ ଇଫତାର ଆଲାମ୍, କର୍ମଚାରୀ ନେତା ବନମାଳୀ ପରିଡ଼ା, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକ ପ୍ରକାଶ କରିଛନ୍ତି।
ଏସ୍ ୟୁ ସି ଆଇ (ସି) ପକ୍ଷରୁ ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ, ଏ ଆଇ ୟୁ ଟି ୟୁ ସି ର ଜିଲ୍ଲା ସଂପାଦକ ରାଜକିଶୋର ମଲ୍ଲିକ, ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଓଡ଼ିଶା ମ୍ୟୁନିସପାଲ କର୍ମଚାରୀ ମହାସଂଘର ସାଧାରଣ ସଂପାଦକ ପ୍ରଦୀପ କୁମାର ସାମଲ, ପ୍ରେମାନନ୍ଦ ମୁଖୀ, ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ସଭାପତି ସୁବାସ ଚନ୍ଦ୍ର ବେହେରା, ସାଧାରଣ ସଂପାଦକ ପ୍ରଫୁଲ କୁମାର ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସିପିଆଇ(ଏମ୍) କଟକ ଜିଲ୍ଲା କମିଟି ତରଫରୁ ଜିଲ୍ଲା ସଂପାଦକ ବଦ୍ରୀ ନାରାୟଣ ଦାଶ୍, ପ୍ରତାପ ମହାପାତ୍ର, ବିଷ୍ଣୁ ବେହେରା ବରିଷ୍ଠ ନେତା ରବି ନାରାୟଣ ମଲ୍ଲିକ, ଶ୍ରମିକ ନେତା ଅଭୟ ସ୍ବାଇଁ, ଚନ୍ଦ୍ର କାନ୍ତ ବେହେରା, ପିତାମ୍ବର ଲେଂକା, ମନମୋହନ ପତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।