କଟକ/ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ପରବହନ ବିଭାଗର ଯୁଗ୍ମ ସଚିବ ପ୍ରଫୁଲ୍ଲ କୁମାର ରାଉତରାୟଙ୍କୁ ୨ବର୍ଷ ଜେଲ୍ ଜେଲ୍ ଦଣ୍ଡାଦେଶ ହୋଇଛି। ଏଥିସହିତ ତାଙ୍କୁ ଲକ୍ଷେ ଟଙ୍କାର ଜରିମାନା ଲଗାଯାଇଛି। ଜରିମାନା ଟଙ୍କା ଦାଖଲ କରିନପାରିଲେ ଆଉ ୬ମାସ ଅଧିକ ଜେଲ୍ରେ ରହିବାକୁ ପଡ଼ିବ ବୋଲି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ତାଙ୍କ ରାୟରେ କହିଛନ୍ତି। ୨୦ ବର୍ଷ ଧରି ଏହି ମାମଲା ଚାଲିବା ପରେ ଆଜି ତାହାର ରାୟ ପ୍ରକାଶ ପାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ପ୍ରଫୁଲ୍ଲ କୁମାର ରାଉତଙ୍କ ଘରେ ୧୯୯୮ ଜାନୁଆରି ୬ରୁ ୮ ତାରିଖ ପର୍ଯ୍ୟନ୍ତ ଚଢାଉ କରାଯାଇଥିଲା। ସମ୍ପତ୍ତି ଯାଞ୍ଚ ବେଳେ ୧୦ଲକ୍ଷ ୩୫ହଜାର ୩୭୦ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଥିଲା। ଏସଂକ୍ରାନ୍ତରେ ମାମଲା ରୁଜୁ କରାଯିବା ପରେ ଦୁର୍ନୀତି ନିବାରଣ ଆଇନ୍ ଧାରା ୧୩(୨), ୧୩(୧)(ଇ) ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ଆୟ ବର୍ହିଭୂତ ସମ୍ପତ୍ତି ମାମଲା: ପୂର୍ବତନ ପରିବହନ ଯୁଗ୍ମ ସଚିବଙ୍କୁ ୨ବର୍ଷ ଜେଲ୍
/sambad/media/post_attachments/wp-content/uploads/2018/07/jai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)