ବିଦ୍ୟାଧରପୁର: ଅର୍ଥନୀତି, ନିଯୁକ୍ତି ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସହ ଜଡିତ ଶିଳ୍ପାଞ୍ଚଳର ସମସ୍ୟା ପ୍ରତି ବି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ ନାହିଁ। କଟକର ଖପୁରିଆ ଶିଳ୍ପାଞ୍ଚଳର ରାସ୍ତା, ଡ୍ରେନ, ପରିମଳ, ରାସ୍ତା ଆଲୋକ ବ୍ୟବସ୍ଥା ଏହାର ପ୍ରମାଣ ଦେଉଛି। ବର୍ଷବର୍ଷ ଧରି ଡ୍ରେନ ସଫେଇ କରାଯାଉ ନଥିବାରୁ ବର୍ଷା ହେଲେ ନର୍ଦ୍ଦମା ପାଣିରେ ଉବୁଟୁବୁ ହେଉଛି ଶିଳ୍ପାଞ୍ଚଳ। ଶିଳ୍ପାଞ୍ଚଳର ଗଳିକନ୍ଦି ନର୍ଦ୍ଦମା ପାଣିରେ ବୁଡି ଯାଉଥିବା ଯୋଗୁଁ କାରଖାନା ବନ୍ଦ ରହୁଥିବା ଅଭିଯୋଗ କରିଛନ୍ତି ଓଡ଼ିଶା ଯୁବ ଶିଳ୍ପଦ୍ୟୋଗୀ ସଂଘ (ଓଇଆ)ର ସଭାପତି ମିହିର କାନୁନଗୋ, ଉପସଭାପତି ସୁକାନ୍ତ କୁମାର ମଲ୍ଲିକ, ସାଧାରଣ ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ର, ଅବିଭକ୍ତ କଟକ ଜିଲ୍ଲା ସଭାପତି ବିଜୟ କୁମାର ସାହୁ ପ୍ରମୁଖ। ସୂଚନା ଅନୁଯାୟୀ୧୯୬୫ ମସିହାରେ ୭୦ ଏକର ପରିମିତ ଜମି ଉପରେ ଖପୁରିଆରେ ଗଢି ଉଠିଥିଲା ଶିଳ୍ପାଞ୍ଚଳ। ଏଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ଶିଳ୍ପ ତାଲିମ କେନ୍ଦ୍ର ଓ ଏସ ଆଇ ସି ସହିତ ସରକାରୀ ଓ ବେସରକାରୀ ଭାବେ ୨୦୦ ପାଖାପାଖି ଛୋଟବଡ଼ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ସ୍ଥିତିରେ ସରକାର ଶିଳ୍ପକୁ ସର୍ବାଧିକ ଗୁରୁତ୍ବ ଦେଉଥିଲେ ବି ଖପୁରିଆ ଶିଳ୍ପାଞ୍ଚଳର ଭିତ୍ତିଭୂମି ପ୍ରତି ସ୍ଥାନୀୟ ପ୍ରଶାସନ ସଂପୂର୍ଣ୍ଣ ଆଖିବୁଜି ଦେଇଛି। ଶିଳ୍ପାଞ୍ଚଳରେ ଥିବା ଡ୍ରେନ ପୋତି ହୋଇ ଗଲାଣି। ରାସ୍ତା ପାର୍ଶ୍ବରେ କୁଢକୁଢ ଅଳିଆ ଆବର୍ଜନା ଜମା ହୋଇ ରହୁଛି। ବିଭିନ୍ନ ସମୟରେ ଶିଳ୍ପ ସଂସ୍ଥାର ଶ୍ରମିକ ଡେଙ୍ଗୁ ଓ ମାଲେରିଆରେ ଆକ୍ରାନ୍ତ ହେଉଛନ୍ତି। ରାସ୍ତା ଜବରଦଖଲ ଓ ଅବରୋଧକାରୀଙ୍କ ଯୋଗୁଁ ଶିଳ୍ପ ସଂସ୍ଥା ପରିବହନ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିଲେ ବି ଜବରଦଖଲ, ଅବରୋଧ ହଟାଇବା ଦିଗରେ ପ୍ରଶାସନ ପଦକ୍ଷେପ ନେଉ ନାହିଁ। ଜଳ ନିଷ୍କାସନ ସମସ୍ୟା ସବୁଠୁ ଅଧିକ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। ପାଣି ନିଷ୍କାସନ ପାଇଁ ସିଏମସି କୌଣସି ପଦକ୍ଷେପ ନେଉନାହିଁ।
Sambadପୂର୍ବରୁ ସରକାରୀ ପ୍ରେସ ପରିସରଠାରୁ ଶିଳ୍ପାଞ୍ଚଳ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ସ୍ବେରେଜ ବ୍ୟବସ୍ଥା ଥିଲା। ସେମାନେ ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଉଥିଲେ। କିନ୍ତୁ ଜାଇକା କାମ ଆଳରେ ସବୁ ଖୋଳି ତାଡ଼ି ନଷ୍ଟ ହୋଇଯାଇଛି। ପ୍ରେସ ଛକଠାରୁ ଉଭୟ ପାର୍ଶ୍ବରେ ଡ୍ରେନ ନିର୍ମାଣ କାର୍ଯ୍ୟ ହୋଇଥିଲେ ବି ପାଣି ନିଷ୍କାସନ କିନ୍ତୁ ସହଜ ହେଉନାହିଁ। ଶିଳ୍ପ ସଂସ୍ଥା ଇଡକୋକୁ ରକ୍ଷଣାବେକ୍ଷଣ ଓ ଖଜଣା ବାବଦରେ କୋଟି କୋଟି ଟଙ୍କା ରାଜସ୍ବ ଦେଉଛନ୍ତି। ସି ଏମ୍ ସି କୁ ହୋଲଡି° ଟିକସ ଦେଉଛନ୍ତି। ଏବେ ସି ଏମ୍ ସି ହୋଲଡି° ଟିକସ ୨୦.୫ ପ୍ରତିଶତ ବଢାଇ ଦେଇଛି। କିନ୍ତୁ ଉଭୟ ସ°ସ୍ଥା କୈାଣସି ସେବା ଯୋଗାଇ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଶିଳ୍ପ ସଂସ୍ଥାର ସ୍ବତ୍ବାଧିକାରୀମାନେ। ଅନ୍ୟପଟେ ଇଡକୋ ଡିଭିଜନର ମୁଖ୍ୟ ରବିନ୍ଦ୍ର କୁମାର ମହାପାତ୍ର କହିଛନ୍ତି ଯେ ଓଇଆର ଆମନ୍ତ୍ରଣ କ୍ରମେ ସେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଠାରେ ୫ବର୍ଷ ପୂର୍ବରୁ କରାଯାଇଥିବା କଂକ୍ରିଟ ରାସ୍ତା ଜାଇକା ନଷ୍ଟ କରି ଦେଇଛି। ଡ୍ରେନ ସବୁ ପୋତି ହୋଇ ପଡ଼ିଛି। ଚାରିଆଡେ ଅସ୍ୱାସ୍ଥ୍ୟକର ପରିବେଶ। ସି ଏମ୍ ସି କାର୍ଯ୍ୟ ଠିକ ଭାବେ ନିର୍ବାହ କରୁନାହିଁ। ଶିଳ୍ପାଞ୍ଚଳରେ ଅଧାରୁ ଅଧିକ ଷ୍ଟ୍ରିଟ ଲାଇଟ୍ ଅଚଳ। ରାସ୍ତା ଅନ୍ଧାର। ଅଭିଯୋଗ କଲେ ଆସୁଛନ୍ତି। ଲାଇଟ୍ ଲଗାଯିବାର ୫ ଦିନ ପରେ ଫିଉଜ ହୋଇ ଯାଉଛି। ତେଣୁ ଇଡକୋ ସ୍ବତନ୍ତ୍ର ଭାବେ ଭିତ୍ତିଭୂମି ସଜାଡିବାକୁ ପଦକ୍ଷେପ ନେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/KHAPURIA-INDUSTRI-RA-ABASTHA-2073833.jpg)