ଜଗତପୁରରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ

କଟକ: କଟକ ପାଲଟିଛି ନକଲି ସାମଗ୍ରୀର ପେଣ୍ଠସ୍ଥଳ। ଜଗତପୁରସ୍ଥିତ କେନ୍ଦ୍ରାପଡ଼ା- ଚାନ୍ଦବାଲି ରୋଡର ଖଇରା ପୋଲ ପାଖରେ ଚାଲିଥିବା ଅଲଟ୍ରାଟେକ ନକଲି ସିମେଣ୍ଟ କାରଖାନା ଉପରେ କମିସନରେଟ ପୁଲିସ ଚଢ଼ାଉ କରିଛି। ସୂଚନା ମୁତାବକ, ଆଜି ଜଗତପୁର ଖଇରା ବ୍ରିଜ ପାଖରେ ଏକ ନକଲି ସିମେଣ୍ଟ କାରଖାନା ଠାବ କରାଯିବା ସହ ବିପୁଳ ପରିମାଣର ନକଲି ସିମେଣ୍ଟ ଓ ମେସିନ ଜବତ କରାଯାଇଛି। ଉକ୍ତ କାରଖାନାରେ ସିମେଣ୍ଟ ଭେଜାଲ କରି ବଜାରକୁ ବିକ୍ରି ପାଇଁ ପଠାଯାଉଥିଲା l

ଚଢାଉବେଳେ ଘଟଣାସ୍ଥଳରୁ କାରଖାନା ମାଲିକ ଫେରାର ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଜଗତପୁର, ମାଲଗୋଦାମ, ସିଡିଏ, ପିଠାପୁର, ମଧୁପଟଣା ଆଦି ଅଞ୍ଚଳରୁ ନକଲି ଖାଦ୍ୟ ତଥା ନକଲି ସସ, ସୋୟା ବଢି, ମସଲା ଓ ସିମେଣ୍ଟ କାରଖାନା ଠାବ କରାଯାଇ ଚଢ଼ାଉ କରିଛି କମିସନରେଟ ପୁଲିସ।

ସମ୍ବନ୍ଧିତ ଖବର