କଟକରେ ନକଲି ସିମେଣ୍ଟ କାରଖାନା ଠାବ: ଜଣେ ଅଟକ

କଟକ: କଟକ ଉପକଣ୍ଠ ଜଗତପୁରରେ ଏକ ନକଲି ସିମେଣ୍ଟ କାରଖାନା ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ସେଠାରୁ ବହୁ ଅପମିଶ୍ରିତ ସିମେଣ୍ଟ ବସ୍ତା ଜବତ କରାଯାଇଥିବାର ସୂଚନା ରହିଛି। ଅପମିଶ୍ରିତ ସିମେଣ୍ଟ ତିଆରି ହେଉଥିବା ସ୍ଥାନକୁ ସିଲ କରିବା ସହ ଏହି ମାମଲାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ଏହା ପୂର୍ବରୁ କିଛି ଦିନ ତଳେ କଟକରେ ନକଲି ଜର୍ଦା ଷ୍ଟୋର ଠାବ ହୋଇଥିଲା।  କଟକ ଜିଲ୍ଲାର ବାରଙ୍ଗ ଥାନା ଅନ୍ତର୍ଗତ ଦହପାଟଣା ଗ୍ରାମରେ ଏସଟିଏଫ୍ ଟିମ୍ ଟିମ୍ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ୮ ଲକ୍ଷ ଟଙ୍କାର ୨.୫୦ କୁଇଣ୍ଟାଲ ନକଲି ଜର୍ଦା ଜବତ କରାଯିବା ସହ ଅଭିଯୁକ୍ତ ନିବାସ ସାହୁକୁ ଏସଟିଏଫ୍ ଟିମ୍ ଗିରଫ କରିଥିଲା । ସେହିପରି ସେମିଳିଗୁଡା ପୋଲିସ ଚଢ଼ାଉ କରି ୫୦ ଲକ୍ଷ ଟଙ୍କାର ଗୁଟଖା ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଥିଲା । ଗୁଟଖା ତିଆରି ମେସିନ, ସରଞ୍ଜାମ, ଚୂନ, କେମିକାଲ, ସମେତ ନକଲି ଗୁଟଖା ପ୍ୟାକେଟ ଗୁଡିକ ଜବତ କରିଥିଲା ପୋଲିସ ।

ସମ୍ବନ୍ଧିତ ଖବର